ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ ବା +୨ ବୋର୍ଡ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ହେବ ପରୀକ୍ଷା । ଅଫଲାଇନ୍ ମୋଡରେ ସ୍କୁଲ ଓ କଲେଜରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଦେବେ ଦ୍ୱାଦଶ ବୋର୍ଡ ପରୀକ୍ଷା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ଦିନକୁ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଆଯାଇଛି ନିଷ୍ପତ୍ତି । ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।
ଚଳିତ ଥର କେମିତି ମୂଲ୍ୟାୟନ କରାଯିବ ସେ ନେଇ ସବିଶେଷ ତଥ୍ୟ ପ୍ରକାଶ ପାଇଛି । ମୂଲ୍ୟାୟନ ପାଇଁ ଦୁଇଟି ପଦ୍ଧତି ଅବଲମ୍ବନ କରାଯିବ ବୋଲି ଜଣାଯାଇଛି । ପ୍ରଥମଟିରେ ପିଲାଙ୍କୁ ଫାଇନାଲ ପରୀକ୍ଷା ଆଧାରରେ ରେଜଲ୍ଟ ଘୋଷଣା କରାଯିବ । ଦ୍ୱିତୀୟଟିରେ ଫାଇନାଲ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଶେଷ କ୍ୱାର୍ଟର ପରୀକ୍ଷାରୁ ୨୦ ପ୍ରତିଶତ ମାର୍କ ମିଳିବ । ଉଭୟ ମୂଲ୍ୟାୟନ ପଦ୍ଧତିରେ ସର୍ବାଧିକ ମାର୍କକୁ ରେଜଲ୍ଟ ଘୋଷଣା କରାଯିବ । ଯୁକ୍ତ ଦୁଇ ପରୀକ୍ଷା ଓ ମୂଲ୍ୟାୟନ ବିଷୟରେ ସିଏଚଏସଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।