ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଏକଥନୀୟ ନିର୍ଯାତନା ଉପରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଖୋଦ ପ୍ରଧାନମନ୍ତ୍ରୀ ବି ପ୍ରଶଂସା କରିବାକୁ ପଛେଇ ନାହାନ୍ତି | କାଶ୍ମୀରର ସତ୍ୟତାକୁ ଲୋକଙ୍କ ସାମ୍ନାକୁ ଆଣିଛି ଏହି ସିନେମା । ଏହି ଚଳଚ୍ଚିତ୍ରକୁ ସମସ୍ତେ ଦେଖିବା ଉଚିତ ବୋଲି କହିଥିଲେ ମୋଦି | ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ସରକାର ମଧ୍ୟ ଏହି ମୁଭିକୁ ନିଜ ରାଜ୍ୟରେ କରିଛନ୍ତି ଟ୍ୟାକ୍ସ ମୁକ୍ତ । ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନେଇଛନ୍ତି ଆଉ ଏକ ପଦକ୍ଷେପ | ଏହି ଫିଲ୍ମ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ଅଧା ଦିନର ଛୁଟି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀଙ୍କୁ ଫିଲ୍ମ ଦେଖିବା ପାଇଁ ଛୁଟି ଘୋଷଣା କରି ମୁଁ ବହୁତ ଖୁସି | ଆମର ସମସ୍ତ ସରକାରୀ କର୍ମଚାରୀଙ୍କୁ ‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବା ପାଇଁ ଅଧା ଦିନ ଛୁଟି ଦିଆଯିବ। ତେବେ ଛୁଟି ନେବା ପୂର୍ବରୁ କର୍ମଚାରୀମାନଙ୍କୁ କେବଳ ସେମାନଙ୍କ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ପଡିବ | ତା ପରଦିନ ଚଳଚ୍ଚିତ୍ରର ଟିକେଟକୁ ମଧ୍ୟ ଅଫିସରେ ଜମା କରିବାକୁ ପଡିବ।
ସୂଚନା ଥାଉକି, ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ରାଜ୍ୟ ପୋଲିସ୍ କର୍ମଚାରୀଙ୍କୁ ଛୁଟି ଦେବାକୁ ଘୋଷଣା କରିଥିଲେ।