ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ମାଡ଼ ହୋଇଥିଲା ଭାରତର କ୍ଷେପଣାସ୍ତ୍ର । ଏଥିପାଇଁ ଦୁଃଖ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭୁଲବସତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦିଆଯାଇଛି ନିର୍ଦ୍ଦେଶ ।
ସୂଚନା ଅନୁସାରେ ମାର୍ଚ୍ଚ ୯ ତାରିଖରେ ଏକ ପରୀକ୍ଷଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ସୀମା ପାର କରି ପାକିସ୍ତାନ ପଟକୁ ଚାଲିଯାଇଥିଲା । ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ । ଭାରତୀୟ କ୍ଷେପଣାସ୍ତ୍ର ନିଜ ସୀମାରେ ପଡ଼ିଥିବା ନେଇ ବୁଧବାର ପାକିସ୍ତାନ କହିଥିଲା । ଭାରତ ତାର ଆକାଶ ସୀମା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ | ଏହାସହ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ଏହି ଘଟଣାର ଉତ୍ତର ରଖିବାକୁ କହିଥିଲେ ପାକିସ୍ତାନ ଅଧିକାରୀ ।