ଜଟଣୀ ଗଡ଼ରଥିପୁର ଗ୍ରାମରେ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିରରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି | ଆଜି ଓଡିଶାର ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଏହି ଉତ୍ସବରେ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ | ମହାମହିମ ରାଜ୍ଯପାଳ ଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ | ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ ।
ବିଧି ଅନୁଯାୟୀ ଜଳ ଯାତ୍ରା, ଅଗ୍ନି ସ୍ଥାପନ, ସର୍ବ ଦେବାଦେବୀ ଆବାହନ ସୂର୍ଯ୍ୟପୂଜା, ଦେବତା ନ୍ୟାସ, ମନ୍ଦିର ପ୍ରତିଷ୍ଠା, ମନ୍ଦିର ପ୍ରବେଶ, ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ଶନିବାରଠାରୁ ଆଜି ପର୍ଯ୍ୟନ୍ତ ୫ଦିନ ଧରି ମନ୍ଦିରରେ ଚାଲିଛି ପୂଜାର୍ଚନା | ରୀତି ନୀତି ଅନୁଯାୟୀ ପଣ୍ଡିତମାନେ ରାଧାକୃଷ୍ଣଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏନେଇ ଗଡରଥିପୁର ଗ୍ରାମବାସୀ ସହଯୋଗ କରିଛନ୍ତି। ଜଟଣୀ ଏବଂ ଏହାର ଆଖପାଖ ଅଂଚଳର ବହୁ ଶ୍ରଧାଳୁଙ୍କ ଭିଡ ଜମିଛି।