ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ବର୍ତ୍ତମାନ ସୁଦ୍ଧା ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ସରକାର ଗଢିବ ଆପ | ପଞ୍ଜାବର ଆପ୍ ୯0 ଟି ଆସନରେ ଆଗୁଆ ରହିଛି | ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ | କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୭ଟି, ବିଜେପି ୫ଟି ଓ ବିଏସପି ୨ଟି ଆସନରେ ଆଗୁଆ ରହିଛି ।
କିନ୍ତୁ ପଞ୍ଜାବରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଛି | ଅନେକ ବରିଷ୍ଠ ନେତା ପଛରେ ପଡି ଯାଇଛନ୍ତି।ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଏବଂ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ଆସନ ବଞ୍ଚାଇଵାକୁ ବି ହୋଇନାହାନ୍ତି ସକ୍ଷମ ।ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସୁଖବୀର ବାଦଲ ମଧ୍ୟ ବହୁ ପଛରେ ପଡିଯାଇଛନ୍ତି । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ମୁକସର, ମାଲଆଉଟ୍ ଏବଂ ଲମ୍ବିରେ ଆଗୁଆ ଅଛନ୍ତି | ଭଗବନ୍ତ ମାନଙ୍କୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି ଆମ୍ ଆଦମୀ ପାର୍ଟି । ଭଗବନ୍ତ ମାନ 50 ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି | ଏହି ସଫଳତାକୁ ନେଇ ଆପ କର୍ମକର୍ତା ବିଭିର୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖାଯାଇଛି | ପଞ୍ଜାବରେ ଆପର ସଫଳତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜବବାସୀଙ୍କୁ ଜଣାଇଛନ୍ତି ଅଭିନନ୍ଦନ | କେଜ୍ରିୱାଲ ଭାଗବତ ମନଙ୍କ ସହ ଥିବା ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।