ଆଜି ଦେଶର ରାଜନୀତି ବେଶ ସରଗରମ ଜ୍ଝ ସମସ୍ତଙ୍କ ନଜର ଏବେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଉପରେ | କେଉଁଠି କିଏ ଗଢିବ ସରକାର ? କାହାକୁ ବାଛିବେ ରାଜ୍ୟବାସୀ ? ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ୍ ଗଣତି ଚାଲିଥିବାବେଳେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଟ୍ରେଣ୍ଡ ଅନୁଯାୟୀ ବହୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ୫ ରାଜ୍ୟ ମଧ୍ୟରୁ ୪ ଟିରେ ବିଜେପିର ଧମାକା ଦେଖିବାକୁ ମିଳିଛି | ତେବେ ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜିମାତ କରିନେଇଛି |
ଉତ୍ତରପ୍ରଦେଶରେ ସକାଳ ୧୦.୩୦ ସୁଦ୍ଧା ୩୨୩ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୩୨୩ଟି ଆସନ ମଧ୍ୟରୁ ବିଜେପି ୨୬୩ଟି ଆସନରେ ଆଗୁଆ ରହିଥିବାବେଳେ ସମାଜବାଦୀ ପାର୍ଟି ୧୦୧ ଟି ଆସନରେ ଆଗୁଆ ରହିଛି । ସେହିପରି ବିଏସପି ୫ ଟି ଓ କଂଗ୍ରେସ ୬ ଟି ଆସନରେ ଆଗୁଆ ରହିଛି ।
ଟ୍ରେଣ୍ଡରେ ପଞ୍ଜାବରେ ଆଗରେ ରହିଛି ଝାଡୁ | ପଞ୍ଜାବରେ ଆପ ୮୯, କଂଗ୍ରେସ ୧୩, ଅକାଲୀ ଦଳ ୯ ଏବଂ ବିଜେପି ୫ ଆସନରେ ଆଗୁଆ ରହିଛି|
ଉତ୍ତରାଖଣ୍ଡ ଟ୍ରେଣ୍ଡରେ ବିଜେପି ଆଗରେ ରହିଛି। ଟ୍ରେଣ୍ଡ ମୁତାବକ ବିଜେପି ୪୩ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୩ ଆସନରେ ଲିଡ୍ କରୁଛି । ବିଏସପି ୨ ଏବଂ ୩ ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଅଗ୍ରଣୀ ରହିଛି | କିନ୍ତୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜ ପାରମ୍ପରିକ ଆସନ ଖାତିମାରେ ଖୁବ୍ ପଛରେ ରହି ଯାଇଛନ୍ତି ।
ମଣିପୁରର ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି। ମଣିପୁରରେ ବିଜେପି ୨୩ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୩, ଏନପିପି ୧୨, ଏନପିଏଫ ୬ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୬ ଟି ଆସନରେ ଆଗରେ ଅଛନ୍ତି ଜ୍ଝ ସେହିଭଳି ଗୋଆରେ ବି ବିଜେପି ପୁଣି ଆଗରେ ରହିଛି। ଗୋଆରେ ବିଜେପି ୧୮ ଟି ସିଟ୍, କଂଗ୍ରେସ ୧୩, ଏମଜିପି ୪, ଆପ ୧ ଏବଂ ୪ ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗେଇ ରହିଛନ୍ତି |
ସେହିପରି ୧୧.୩୦ ସୁଦ୍ଧା ଗୋଆରେ ବିଜେପି ୧୮ ଟି ଆସନରେ ରହିଛି ଆଗୁଆ | କଂଗ୍ରେସ ୧୨, ଏମଜିପି ୪, ଆପ ୨ ଏବଂ ୪ ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗେଇ ରହିଛନ୍ତି |