ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ | ଆଜି ୧୩ ଦିନରେ ପହଂଚିଛି ଯୁଦ୍ଧ | ହେଲେ ରୁଷ ସେନା ଆଜି ପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍କୁ ଦଖଲ କରିପାରି ନାହାନ୍ତି।। ଏସବୁ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍ ଛାଡି ପୋଲାଣ୍ଡ ପଳାୟନ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାରି ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପୁଣିଥରେ ଦେଖାଇଛନ୍ତି ସାହସ |
ସେ କହିଛନ୍ତି ମୁଁ ଋଷକୁ ଡରୁନି କି ବଙ୍କର ଭିତରେ ଲୁଚିନି ରହିନି | ମୁ କିଭରେ ହିଁ ଅଛି | ତେବେ ଜେଲେନସ୍କି ନିଜେ ଗୋଟିଏ ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ଦେଇଛନ୍ତି ସୂଚନା। ଏଥିସହ ସେ ଲୁଚି ନାହାନ୍ତି ଓ କାହାକୁ ଡରନ୍ତି ନାହିଁ ବୋଲି ବେଶ ଦୃଢ଼ତାର ସହ କହିଛନ୍ତି। ଜେଲେନସ୍କି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି କହିଛନ୍ତି, ” ମୁଁ କିଭରେ ଅଛି। ବଙ୍କୋଭା ଷ୍ଟ୍ରିଟରେ। ମୁଁ ଲୁଚି ନାହିଁ କି ମୁଁ କାହାକୁ ଭୟ କରେ ନାହିଁ। ” ସେ କହିଛନ୍ତି ଯେ ଦେଶପ୍ରେମ ପାଇଁ ସଂଗ୍ରାମ କରୁଥିବା ଯୁଦ୍ଧରେ ଜିତିବା ପାଇଁ ଯାହା ତାଙ୍କ ଦ୍ୱାରା ସମ୍ଭବ ତାହା କରିବେ। ନିଜ ଜୀବନ ବଞ୍ଚାଇବା ପାଇଁ ଯିବାକୁ ଚେଷ୍ଟା କରୁଥିବା ସାଧାରଣ ନାଗରିକଙ୍କ ଉପରେ ଋଷର ସେନା ଆକ୍ରମଣ କରୁଥିବା ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ କରିଛନ୍ତି।