ମଥୁରା: ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି ।ଘଟଣା ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର । ସେଠାକାର ସବନମ ନ।ମକ ଜଣେ ମହିଳା କଏଦୀଙ୍କୁ ମିଳିଛି ଫାଶୀଦଣ୍ଡ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି । ନିର୍ଭୟା ହତ୍ୟାକାଣ୍ଡର ଦୋଷୀ ମାନଙ୍କୁ ଫାଶୀଖୁଣ୍ଡରେ ଚଢାଇଥିବା ପବନ ଜଲ୍ଲାଦ ପୁଣି ଫାଶୀଘରକୁ ନିରୀକ୍ଷଣ କରି ସାରିଛନ୍ତି । ରିପୋର୍ଟ କହୁଛି ଅମରୋହର ସବନମ୍୨୦୦୮ ଅପ୍ରେଲରେ ତା’ ପ୍ରେମିକର ମିଳିତ ସହଯୋଗରେ ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ନିର୍ମମ ଭାବରେ ହତ୍ୟା କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ନଜରରେ ରଖି ସୁପ୍ରିମକୋର୍ଟ ସବନମକୁ ଫାଶୀଦଣ୍ଡ ଶୁଣାଇଛନ୍ତି । ତେବେ ସବନମ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀଦଣ୍ଡ ପାଇବେ । ସୂଚନା ଅନୁସାରେ, ୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ନିର୍ମାଣ ହୋଇଥିଲା ଫାଶୀଖୁଣ୍ଟ । ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ମହିଳା କଏଦୀଙ୍କୁ ଫାଶୀ ଦିଆଯାଇନାହିଁ । କିନ୍ତୁ ସବନମଙ୍କୁ ଫାଶୀ ଦେବାପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା କହିଛନ୍ତି ବରିଷ୍ଠ ଜେଲ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ । ଏହା ସହିତ ସେ କହିଛନ୍ତିଯେ, ଯଦି ଅନ୍ତିମ ସମୟରେ କୌଣସି ସମସ୍ୟା ଦେଖା ନ ଦିଏ ତେବେ ସବନମ ହେବେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀ ପାଇବେ ।