ପୌର ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ନିର୍ବାଚନ ପାଇଁ ସରିଛି ତାରିଖ ଘୋଷଣା | ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସମସ୍ତ ରାଜନୈତିକ ଦଳ। କେଉଁଠାରୁ କାହାକୁ ପ୍ରାର୍ଥୀ ଭାବେ ମନୋନୀତ କରିବେ ସେ ନେଇ ସବୁ ଦଳ ପକ୍ଷରୁ ଚାଲିଛି ଅଙ୍କକଷା | ଗତକାଲିଠାରୁ କର୍ପୋରେଟର ଓ ମେୟର ପଦ ଲାଗି ପ୍ରାର୍ଥୀ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ । ତେବେ ପୌର ନିର୍ବାଚନକୁ ନେଇ ଜଟଣୀ ରାଜନୀତି ମାହୋଲ ମଧ୍ୟ ହୋଇଉଠିଛି ଚଳଚଞ୍ଚଳ | ଜଟଣୀ ପୌର ନିର୍ବାଚନକୁ କିପରି ଭାବରେ ଶାନ୍ତିଶୃଙ୍ଖଳାର ସହିତ ଶେଷ କରାଯିବ ସେ ନେଇ ଚାଲିଛି ପ୍ରସ୍ତୁତି | ଆସନ୍ତୁ ନିର୍ବାଚନ ଅଧିକାରୀ ଦେବବ୍ରତ ସାହୁଙ୍କ ଠାରୁ ଜାଣିବା ପୌର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ କଣ ସବୁ ନିଆଯାଇଛି ପଦକ୍ଷେପ |