ପୁଡୁଚେରୀ : କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ ପଦରୁ ଆଜି କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ଏସଂକ୍ରାନ୍ତରେ ରାଷ୍ଟ୍ରପତି ଭବନରୁ ଆଜି ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବେଦୀଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୁଡୁଚେରୀରେ ଆସନ୍ତା କିଛି ମାସ ମଧ୍ୟରେ ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ଭି ନାରାୟଣସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀତ୍ୱଙ୍କ ଚାଲିଥିବା କଂଗ୍ରେସ ସରକାର ଆଜି ସଂଖ୍ୟାଲଘୁରେ ପରିଣତ ହୋଇଛି । କଂଗ୍ରେସରେ ଆଉ ଜଣେ ବିଧାୟକ ଇସ୍ତଫା ଦେବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏବେ ସରକାର ଓ ବିରୋଧୀ ଦଳର ୧୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।