ଜାଣିଛନ୍ତି ଯଦି ପରମାଣୁ ଯୁଦ୍ଧ ହୁଏ ତେବେ ବିଶ୍ୱର ଅବସ୍ଥା କଣ ହେବ | ଭାବିଲେ ଦେଖି ରାତିରେ ଶୋଇଥିବେ ଜୋର ଆବାଜ ସହ ଏମିତି ଏକ ପରମାଣୁ ବୋମା ପଡ଼େ ତାହାଲେ କଣ ହେବ ? କିଛି ବୁଝିବା ଆଗରୁ କ୍ଷଣକେ ମଧ୍ୟରେ ଚାଲିଯିବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ | ଚତୁର୍ଦ୍ଦିଗରେ ନୀରବତା ଛାଇ ଯିବ | ଏବଂ କିଛି ସମୟ ପରେ ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିବ | ଏତେ ଧୂଆଁ ବାହାରିବ ଯେ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ କମିବା ଆରମ୍ଭ କରିବ | ବିଶ୍ୱର 10% ସ୍ଥାନରେ ସୂର୍ଯ୍ୟକିରଣ ପହଞ୍ଚି ପାରିବ ନାହିଁ | ଅଧ ଘଣ୍ଟା ମଧ୍ୟରେ 100କୋଟି ଲୋକଙ୍କ ହେବ ମୃତ୍ୟୁ | ICAN ଅନୁଯାୟୀ, ଗୋଟିଏ ପରମାଣୁ ବୋମା ସମଗ୍ର ସହରକୁ ଧ୍ୱଂସ କରିଦେବ | ଯଦି ଆଜିର ସମୟରେ ପରମାଣୁ ବୋମା ବ୍ୟବହାର କରାଯାଏ, ତେବେ ଏଥିରେ କୋଟି କୋଟି ଲୋକ ପ୍ରାଣ ହରାଇବେ | ୧୮ ହଜାର ବର୍ଷ ପଛକୁ ଚାଲିଯିବ ବିଶ୍ୱ। ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ମଧ୍ୟ ବର୍ଷ ବର୍ଷ ଧରି ଲୋକମାନେ ମୃତ୍ୟୁମୁଖରେ ପଡିଲେ | ଅଗଷ୍ଟ 1945 ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା।
ଋଷ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ | ୟୁକ୍ରେନକୁ ନିଜ କବ୍ଜାକୁ ଆଣିବାକୁ କୌଣସି ସୁଯୋଗ ହାତ ଛଡା କରୁନାହିଁ ଋଷ | ଋଷର ସେନା ୟୁକ୍ରେନର ଖେରସାନ ସହରକୁ ନିଜ ଅକ୍ତିଆରକୁ ଆଣି ସାରିଛନ୍ତି | ଏବେ ଖାର୍କିଭରେ ମଧ୍ୟ ପଶି ସାରିଲେଣି ଋଷ ସେନା | ତେବେ 2 ଦିନ ତଳେ ପୁଟିନ ପରମାଣୁ ବୋମା ପକାଇବାକୁ ଧମକ ଦେଉଥିବାବେଳେ ଆଜି ସମୁଦ୍ର ଭିତରେ ପରମାଣୁ ଯୁଦ୍ଧ ପାଇଁ ଆରମ୍ଭ କରିଛନ୍ତି ସମରାଭ୍ୟାସ।ଏହି ଯୁଦ୍ଧ ଅଭ୍ୟାସ ସମୟରେ ବରଫ ଆଚ୍ଛାଦିତ ସାଇବେରିଆ ଅଞ୍ଚଳରେ ମୋବାଇଲ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରା ଯାଇଥିଲା। ଅନେକ ପରମାଣୁ ବୁଡ଼ାଜାହାଜ ଏହି ଅଭ୍ୟାସରେ ସାମିଲ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯେ ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସର ଏକ ୟୁନିଟ୍ ପୂର୍ବ ସାଇବରିଆର ଇର୍କୁଟସ୍କ୍ ପ୍ରଦେଶର ଜଙ୍ଗଲରେ ବିନାଶକାରୀ କ୍ଷେପଣାସ୍ତ୍ର ଲଞ୍ଚର୍ ନିୟୋଜିତ କରିଛି।