ପଞ୍ଚାୟତ ନିର୍ବାଚନ ସରୁ ସରୁ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ | ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଓ୍ବାର୍ଡ ଓ୍ବାରି ଜାରି ହୋଇଛି ବିଜ୍ଞପ୍ତି । ଆସନ୍ତାକାଲିଠାରୁ କର୍ପୋରେଟର ଓ ମେୟର ପଦ ଲାଗି ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୭ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ । ୯ ତାରିଖରେ ଏହାର ଯାଞ୍ଚ କରାଯିବ । ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ । ୧୪ ତାରିଖ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନିର୍ବାଚନ ।
ତେବେ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି | ପୌର ନିର୍ବାଚନରେ ବିଜେପି ଓ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆରମ୍ଭ କରିଦେଇଛନ୍ତି ଗୋଟିଚାଳନା | କିଏ କେଉଁଠୁ ହେବେ ପ୍ରାର୍ଥୀ ସେ ନେଇ ଏବେ ଚାଲିଛି ଅଙ୍କକଷା । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ବିଜେଡି ଦୋହରାଇବାକୁ ଲକ୍ଷ୍ୟ ରଖିଛି ।