ଓଡ଼ିଆ ଗୀତ ଗାଇଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ | ଷ୍ଟୁଡିଓରେ ଆଜି ହୋଇଛି ଗୀତ ରେକର୍ଡ଼ିଂ। ଓଡିଶାର ଲୋକପ୍ରିୟ ଗୀତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ତାଳେ ତାଳେ ଗୀତ ଗାଇଛନ୍ତି ରାଜ୍ୟପାଳ। ଏହି ଗୀତ ଗାଇବା ସମୟରେ ଆତ୍ମବିଭୋର ହୋଇଯାଇଥିଲେ ରାଜ୍ୟପାଳ। ଦ୍ଵିତୀୟ ଥର ପାଇଁ ଓଡ଼ିଆ ଗୀତ ଗାଇ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ତାଙ୍କ ସହିତ ଥିଲେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା | ଏହାସହିତ ଏହି ସଙ୍ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ରାଜ୍ୟପାଳ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନୂଆ ରୂପରେ ବର୍ଣ୍ଣନା କରାଯାଇଛି। ପୂର୍ବରୁ ମାଟି ଓଡିଶା ଜାତି ଓଡିଶା ଗୀତ ଗାଇଥିଲେ ରାଜ୍ୟପାଳ। ଆଉ ସେହି ଗୀତଟି ଅଧିକ ଲୋକପ୍ରିୟ ହୋଇଥିଲା। ଗୀତର ରେକର୍ଡ଼ିଂ ମିଲନ ଷ୍ଟୁଡିଓ ରେ କରାଯାଇଛି | ଖୁବ୍ ଶୀଘ୍ର ପୁରୀ ସ୍ଥିତ ରାଜଭବନରେ ସୁଟିଂ କରାଯିବା ନେଇ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହି ଗୀତରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ଓଡିଶା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଦିପ୍ତୀରେଖା। ରାଜ୍ୟପାଳ ଭୁବନେଶ୍ୱର ରାଜଭବନରୁ ବାହାରି ମିଲନ ଷ୍ଟୁଡିଓ ରେ ମାତ୍ର ୪୫ ମିନିଟ ରହି ଗୀତ ଗାଇ ଫେରିଯାଇଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।