ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ମଙ୍ଗଳବାର ଅପରାହ୍ନରେ ହଠାତ୍ ଗୁରୁତର ଅବସ୍ଥାରେ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ୍’ର ଏକ ବୈଠକରେ ଯୋଗ ଦେଇଥିଲେ । ଅପରାହ୍ନ ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ତାଙ୍କର ବ୍ୟକ୍ତିଗତ ସହକର୍ମୀ ଦମୟନ୍ତୀ ସାମଲ ଯୋଡ଼ାରେ ଥିବା ଟିସ୍କୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ।