ଶେଷରେ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ । ଦୁଇ ବର୍ଷ ପରେ ସ୍କୁଲ ଆସିଲେ ଛୋଟ ପିଲା । ସ୍କୁଲର ପ୍ରଥମ ଦିନରେ କୋଳାହଳରେ କମ୍ପି ଉଠିଲା ସ୍କୁଲ ପରିସର | ପିଲାଙ୍କୁ ସ୍କୁଲ ଆସିବା ପ୍ରତି ଆକୃଷ୍ଟ କରିବାକୁ ହୋଇଛି ବିଭିନ୍ନ ପ୍ରକାର ବ୍ୟବସ୍ଥା। ଦୀର୍ଘ ଦିନ ପରେ ସ୍କୁଲ ଖୋଲୁ ଥିବାରୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଖୁବ ଉତ୍ସ|ହ ଥିବା ଦେଖିବାକୁ ମିଳିଛି | ଗରାମ ପଞ୍ଚାୟତ ଅଧିନରେ ଥିବା ଶ୍ରୀ ଶ୍ରୀ ସତ୍ୟ ନାରାୟଣ ହାଇସ୍କୁଲ ଅଲଣାରେ ପ୍ରଥମେ ଛାତ୍ର ଛାତ୍ରୀମାନଙ୍କୁ ଦୀପ ଧୂପ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା | ସ୍କୁଲ ପରିସରରେ ରଙ୍ଗ ବେରଙ୍ଗର ରଙ୍ଗୋଲି କରାଯାଇ କୁନି କୁନି ପିଲାଙ୍କୁ ସ୍ୱାଗତ କରାଯାଇଥିଲା | ପ୍ରବେଶ ବେଳେ ଥର୍ମାଲ ସ୍କ୍ରିନିଂ ଓ ହାତ ସାନିଟାଇଜ କରାଯାଇ ପିଲାଙ୍କୁ ଛଡ଼ାଯାଉଛି । ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଅକ୍ଟିଭିଟି କରିବା ସହିତ ପାଠପଢା କରାଯିବ ନାହିଁ।