ସରିଛି ପଞ୍ଚାୟନ ନିର୍ବାଚନ | ଆଜି ଚାଲିଛିି ଭୋଟ ଗଣତି । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭାଗ୍ୟ | ଫଳାଫଳ ଉପରେ ସଭିଙ୍କ ନଜର | ଚାରିଆଡେ ଗୋଟିଏ ପ୍ରଶ୍ନ କେଉଁଠି କିଏ ଜିତିବ | ଏହାରି ମଧ୍ୟରେ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଦିନ ୧୧ ଟା ସୁଦ୍ଧା ସବୁ ଜୋନରେ ବିଜେଡି ଆଗୁଆ ଥିବା ଜଣାଯାଇଛି | ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ୨୪୬ ଜୋନ ମଧ୍ୟରୁ ୨୦୨ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ସେହିଭଳି ବିଜେପି ୨୫ ଏବଂ କଂଗ୍ରେସ ୧୫ଟି ଜୋନରେ ଆଗେଇ ଚାଲିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଆଣି ଦେଇଛି |ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେପି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
ଆଜିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି । ପ୍ରଥମେ ୱାଡମେମ୍ବର, ପରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ ଗଣତି କରାଯାଉଛି । ଆଜି ୩୫୧ ଜିଲ୍ଳା ପରିଷଦ ଜୋନ ପାଇଁ ହେଉଛି ଗଣତି| ଆସନ୍ତାକାଲି ୩୦୭ ଜୋନରେ ଗଣତି କରାଯିବ । ଅପରପକ୍ଷରେ ୨୮ରେ ୨୨୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେବ ବୋଲି ଜଣାପଡ଼ିଛି ।