ୟୁକ୍ରେନ୍- ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ମହା ଯୁଦ୍ଧ । ପୂରା ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାରେ ହେଉଛି ଥରହର । ଏପରି ଏକ ଘଡ଼ିସନ୍ଧି ମୁହୁର୍ତରେ ଗୋଟିଏ ଦେଶ ଯିଏ ଏହାର ମଜା ନେଉଛି | ସେ ଦେଶ ଅନ୍ୟ କେହି ନୁହେଁ ଭାରତର ସବୁଠାରୁ ବଡ ଶତ୍ରୁ ପାକିସ୍ତାନ | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷ ଓ ୟୁକ୍ରେନର ଯୁଦ୍ଧକୁ କହିଛନ୍ତି ଭାରି ମଜାଦାର୍ । ଇମ୍ରାନ୍ ମସ୍କୋରେ ପହଞ୍ଚି କହିଛନ୍ତି ମୁଁ ଠିକ୍ ସମୟରେ ପହଞ୍ଚିଛି ବହୁତ ଏପରି ସମୟରେ ଋଷରେ ରହିବା ତାଙ୍କ ପାଇଁ ଏକ ରୋମାଞ୍ଚ ଭରା ସମୟ ବୋଲି ଋଷୀୟ ଅଧିକାରୀଙ୍କୁ କହିଛନ୍ତି ଇମ୍ରାନ । ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଇମ୍ରାନ ଖାନଙ୍କ ସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ମଧ୍ୟ ନଜର ଆସିଛନ୍ତି। ଇମ୍ରାନଙ୍କର ଏପରି ମନ୍ତବ୍ୟ ସାରା ବିଶ୍ୱବାସୀଙ୍କୁ ଦେଇଛି କଷ୍ଟ ।
ଇମ୍ରାନ ଖାନ ବର୍ତ୍ତମାନ ଋଷ ଗସ୍ତରେ ଅଛନ୍ତି। ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ମସ୍କୋରେ ପହଞ୍ଚିଛନ୍ତି ଇମ୍ରାନ୍ । 23 ବର୍ଷ ମଧ୍ୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଋଷକୁ ଏହା ପ୍ରଥମ ଗସ୍ତ | ସାମ୍ପ୍ରତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ତାଙ୍କ ଋଷ ଗସ୍ତରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଇମ୍ରାନ ଖାନଙ୍କ ଗସ୍ତରେ ଆମେରିକା ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛି। ଋଷର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିବା ପ୍ରତ୍ୟେକ “ଦାୟିତ୍ବବାନ “ଦେଶର ଦାୟିତ୍ବ ବୋଲି କହିଛି ଆମେରିକା । ୟୁକ୍ରେନ ତିକ୍ତତା ଉପରେ ଆମେରିକା ପାକିସ୍ତାନକୁ ଏହାର ଭୂମିକା ବିଷୟରେ ଅବଗତ କରାଇଛି।
"What a time I have come, so much excitement", Pakistan PM Imran Khan's first few comments after landing in Moscow, Russia. pic.twitter.com/LLUrSnwYBw
— Sidhant Sibal (@sidhant) February 23, 2022