ଭୁବନେଶ୍ୱର: ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା। ବହୁ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏନେଇ ସାରଥିଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସାରଥି ଭକ୍ତଙ୍କ ଆଶା ପୂରଣ ହେବ । ପ୍ରବଚନ ଦେବା ନେଇ କୋର୍ଟରେ ଆବେଦନ କରିଥିଲେ ସାରଥି । ଜେଲରୁ ମୁକୁଳିବା ପରେ ସାରଥୀଙ୍କ ପ୍ରବଚନ ଉପରେ ଲାଗିଥିଲା ରୋକ । ହେଲେ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାବା ସାରଥୀ । ତେବେ ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ନିଜର ପ୍ରବଚନ କାର୍ଯ୍ୟକ୍ରମ କରିପାରିବେ । କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି । ପ୍ରକାଶ ଯେ, ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା । ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ସେ ଚର୍ଚ୍ଚାକୁ ଆସିଥିଲେ । ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା । କେନ୍ଦ୍ରାପଡ଼ା ଆଶ୍ରମ ଅନ୍ତେବାସୀ ମାଆ ଝିଅ ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ସାରଥିଙ୍କ ବିରୋଧରେ ସେତେବେଳେ ୩ଟି ମାମଲା ଦାୟର ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ । ବିନା କୋଭିଡ୍ କଟକଣା ଉଲଂଘନରେ ପ୍ରବଚନ ଦେଇପାରିବେ ସୂଚନା ମିଳିଛି ।