ଚାରା ଘୋଟଲା ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ ।ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛନ୍ତି। ଲାଲୁଙ୍କ ଓକିଲ କହିଛନ୍ତି, ଖୁବଶୀଘ୍ର ଜାମିନ ପାଇଁ ଆବେଦନ କରାଯିବ । କିନ୍ତୁ ଜାମିନ ନ ମିଳିବା ପର୍ଯ୍ୟନ୍ତ ଲାଲୁଙ୍କୁ ଜେଲରେ ରହିବାକୁ ପଡିବ।
ଲାଲୁଙ୍କ ବ୍ୟତୀତ ମହମ୍ମଦ ସହିଦଙ୍କୁ ୪ ବର୍ଷ ଜେଲ ଏବଂ ୧.୫ କୋଟି ଟଙ୍କା ଜରିମାନା, ମହିନ୍ଦର ସିଂ ବେଦୀଙ୍କୁ ୪ ବର୍ଷ, ଉମେଶ ଦୁବେ ୪ ବର୍ଷ, ସତେନ୍ଦ୍ର କୁମାର ମେହେରା ୪ ବର୍ଷ, ରାଜେଶ ମେହେରା ୪ ବର୍ଷ, ତ୍ରିପୁରାରୀ ୪ ବର୍ଷ ଏବଂ ମହେନ୍ଦ୍ର କୁମାର କୁନ୍ଦନଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି | ରାଞ୍ଚିର ଡୋରଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡପ ମାମଲାରେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସମେତ ୩୮ଜଣ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।