୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି | ରବିବାର ମାୟା ନଗରୀ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଏହି ଚଳଚ୍ଚିତ୍ର ମହୋତ୍ସବ | ଏଥିରେ ମଧ୍ୟ ଦେଖିବାକୁ ମିଳିଛି ‘ପୁଷ୍ପା’ ଫିଲ୍ମର କ୍ରେଜ | ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ହିଟ୍ ‘ପୁଷ୍ପା: ଦି ରାଇଜ୍’ କୁ ମିଳିଛି ‘ଫିଲ୍ମ ଅଫ୍ ଦି ଇଅର’ ସମ୍ମାନ । ସେହିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ଫିଲ୍ମ ’83’ ପାଇଁ ରଣବୀରଙ୍କୁ ପ୍ରଦାନ କରାଯାଇଛି ଶ୍ରେଷ୍ଠ ଅଭିନେତା ପୁରସ୍କାର ।୧୯୮୩ ରେ ଭାରତୀୟ କ୍ରିକେଟ୍ ଦଳର ବିଶ୍ୱକପ୍ ବିଜୟ ଉପରେ ଆଧାରିତ ଫିଲ୍ମରେ ରଣବୀର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଥିଲେ। କ୍ରିତି ସାନନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ। ଫିଲ୍ମ ‘ମିମି’ ପାଇଁ କ୍ରିତି ସେନନ୍ଙ୍କୁ ଏହି ଆୱାର୍ଡ ମିଳିଛି। ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭେଟେରାନ୍ ତାରକା ଆଶା ପାରେଖଙ୍କୁ ପୁରସ୍କୃତ କରାଯାଇଛି |ଦାଦା ସାହେବ ଫାଲକେ ଆୱାର୍ଡ ମହୋତ୍ସବରେ ରାଧିକା ମଦାନ, ରବିନା ଟଣ୍ଡନ, ମନୋଜ ବାଜପେୟୀ, ଅହାନ ସେଟ୍ଟୀ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
ଚଳଚ୍ଚିତ୍ର ଅଫ୍ ଦି ଇୟର -‘ପୁଷ୍ପା: ଦି ରାଇଜ୍’
ଶ୍ରେଷ୍ଠ ଅଭିନେତା – ରଣବୀର ସିଂ
ଶ୍ରେଷ୍ଠ ଅଭିନେତ୍ରୀ – କ୍ରିତି ସାନନ୍
ଶ୍ରେଷ୍ଠ ନିର୍ଦ୍ଦେଶକ – କେନ୍ ଘୋଷ
ଶ୍ରେଷ୍ଠ ଚଳଚ୍ଚିତ୍ର – ସେରଶାହା
ଶ୍ରେଷ୍ଠ ସିନେମାଟୋଗ୍ରାଫର- ଜୟକୃଷ୍ଣ ଗୁମାଡି
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା -ସତୀଶ କୌଶିକ
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ -ଲାରା ଦତ୍ତା
ନକାରାତ୍ମକ ଭୂମିକାରେ ଶ୍ରେଷ୍ଠ ଅଭିନେତା – ଆୟୁଷ ଶର୍ମା
ପିପୁଲ୍ସ ଚଏସ୍ ଶ୍ରେଷ୍ଠ ଅଭିନେତା-ଅଭିମନ୍ୟୁ ଦାସାନୀ
ପିପୁଲ୍ସ ଚଏସ୍ ପସନ୍ଦ ଶ୍ରେଷ୍ଠ ଅଭିନେତ୍ରୀ -ରାଧିକା ମଦାନ
ଶ୍ରେଷ୍ଠ ଡେବ୍ୟୁ -ଆହାନ୍ ଶେଟ୍ଟି
ସମାଲୋଚକମାନେ ସର୍ବୋତ୍ତମ ଚଳଚ୍ଚିତ୍ର – ସର୍ଦ୍ଦାର ଉଧମ
ସମାଲୋଚକଶ୍ରେଷ୍ଠ ଅଭିନେତା – ସିଦ୍ଧାର୍ଥ ମଲହୋତ୍ରା
ସମାଲୋଚକଶ୍ରେଷ୍ଠ ଅଭିନେତ୍ରୀ – କିଆରା ଆଡଭାନୀ
ଶ୍ରେଷ୍ଠ ୱେବ୍ ସିରିଜ୍ – କ୍ୟାଣ୍ଡି
ୱେବ୍ ସିରିଜ୍ ର ଶ୍ରେଷ୍ଠ ଅଭିନେତା – ମନୋଜ ବାଜପେୟୀ
ୱେବ୍ ସିରିଜ୍ ର ଶ୍ରେଷ୍ଠ ଅଭିନେତ୍ରୀ – ରବିନା ଟଣ୍ଡନ୍
ଟେଲିଭିଜନ ସିରିଜ୍ ଅଫ୍ ଦି ଇୟର – ଅନୁପମା
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍ ସିଙ୍ଗର _ବିଶାଲ ମିଶ୍ର
ଶ୍ରେଷ୍ଠ ମହିଳା ପ୍ଲେକ୍ ସିଙ୍ଗର -କନିକା କପୁର
ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର -20 ‘ପାଉଲି
ଶ୍ରେଷ୍ଠ ଟେଲିଭିଜନ ସିରିଜ୍ -‘ଅନୁପମା’