କବି ତଥା ପୂର୍ବତନ ଆପ ନେତା କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ କେଜ୍ରିୱାଲ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ‘ହଁ ମୁଁ ଆତଙ୍କବାଦୀ | ଲୋକଙ୍କ ପାଇଁ ହସ୍ପିଟାଲ ଓ ବିଦ୍ୟାଳୟ ତିଆରି କରିଥିବା ବିଶ୍ୱର ଜଣେ ସବୁଠାରୁ ଭଲ ଆତଙ୍କବାଦୀ ।’ ଆପ୍ର ପୂର୍ବତନ ନେତା କୁମାର ବିଶ୍ବାସ ଉଠାଇଥିବା ଅଭିଯୋଗକୁ ମଧ୍ୟ କେଜ୍ରିୱାଲ୍ ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସମାଲୋଚନା କରି ସେ କହିଛନ୍ତି, ମୁଁ ଜଣେ ବିଚ୍ଛିନ୍ନତାବାଦୀ ସମର୍ଥକ ବୋଲି ଯଦି ମୋଦୀ ଜାଣିଛନ୍ତି, ତେବେ ସେ ଏହି ଅଭିଯୋଗ ସବୁର ତଦନ୍ତ କଲେ ନାହିଁ କାହିଁକି? ମୋଦୀଜୀ ମୋତେ ଗିରଫ କଣ ପାଇଁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି |
୧୦ ବର୍ଷ ହେବ ‘ବିଜେପି’ ନେତାମାନେ ସେମିତି କହି ଆସୁଛନ୍ତି। ସେମାନେ କହୁଛନ୍ତି କି, ଦେଶକୁ ଦୁଇ ଭାଗ କରି ଗୋଟିଏ ଭାଗର ପ୍ରଧାନମନ୍ତ୍ରୀ ହେବାକୁ ଅରବିନ୍ଦ କେଜ୍ରିୱାଲ୍ ଯୋଜନା କରୁଛନ୍ତି। ଏଭଳି ଅଭିଯୋଗ ହାସ୍ୟାସ୍ପଦ।