ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ଫରହାନ୍ ଅଖତର ଏବଂ ଶିବାନୀ ଦାଣ୍ଡେକର ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି | ଦୁହେଁ ସାରା ଜୀବନ ପରସ୍ପରର ସାଥୀ ହେବାକୁ ଯାଉଛନ୍ତି | ଆସନ୍ତାକାଲି ଉଭୟ ପରସ୍ପରର ବନିବେ ଜୀବନସାଥୀ | ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି | ତେବେ ବିବାହ ବିଷୟରେ ଏପରି କିଛି ଖବର ସାମ୍ନାକୁ ଆସୁଛି, ଯାହା ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି |
ଫରହାନ ମୁସଲମାନ ହୋଇଥିବା ବେଳେ ଶିବାନୀ ହିନ୍ଦୁ । ତେଣୁ ସେ ଚାହାଁନ୍ତି ନାହିଁ ଯେ ଉଭୟେ ପରସ୍ପରର ଧାର୍ମିକ ପରମ୍ପରାକୁ ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତୁ। ଏହି କାରଣରୁ ସେମାନେ ନିଷ୍ପତି ନେଇଛନ୍ତି ନାଁ ମୁସଲିମ ପରମ୍ପରା ଅନୁଯାୟୀ ବିବାହ ହେଉ ନା ହିନ୍ଦୁ ପରମ୍ପରା ଅନୁସାରେ | ନାଁ ହେଉ ନିକହା, ନା ପଡୁ ହାତଗଣ୍ଠି | ସେଥିପାଇଁ ସେମାନେ ନିଜର ପ୍ରତିଶୃତି ବା ଶପଥ ଲେଖିଛନ୍ତି, ଯାହାକି ସେମାନେ ବିବାହ ଦିନ ପଢିବେ | ଉଭୟ ବିଶ୍ୱାସ କରନ୍ତି ଯେ ଉଭୟଙ୍କ ପ୍ରେମ କୌଣସି ଧାର୍ମିକ ପରମ୍ପରାଠାରୁ ବହୁ ଊର୍ଦ୍ଧ୍ୱରେ | ଏହି ବିବାହ ବିଷୟରେ ଉଭୟଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଫରହାନ ଏବଂ ଶିବାନୀ ସେମାନଙ୍କ ବିବାହକୁ ଅତି ସାଧାରଣ ଭାବେ କରିବାକୁ ଚାହୁଁଛନ୍ତି।