ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ | ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ନେତା ବାଛୁଛନ୍ତି ଜନତା । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହୋଇଛି ୨୦ପ୍ରତିଶତ ମତଦାନ ।
ବଲାଙ୍ଗୀର ଜିଲ୍ଲାର ଆଗଲପୁର , ପୁଇଁତଲା ଓ ଲୋଇସିଂହା ବ୍ଲକରେ ଚାଲିଛି ମତଦାନ । ତେବେ ପ୍ରଶାସନ ତରଫରୁ ହିଂସା ବିହୀନ ନିର୍ବାଚନ ପାଇଁ ଜାରି ରହିଛି ପ୍ରୟାସ । ଅନ୍ୟପଟେ ଆଜି ଉକ୍ତ ତିନୋଟି ବ୍ଲକରୁ ୭ଟି ଜିଲ୍ଲା ପରିଷଦ, ୬୫ଟି ସରପଞ୍ଚ, ୮୧୦ଟି ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୩୫,୫୧୬ ଜଣ ଭୋଟର । ଭୋଟ ଗ୍ରହଣର ସୁପରିଚାଳନା ଦୃଷ୍ଟି କୋଣରୁ ୮୧୦ ଟି ବୁଥ ହୋଇଛି। ଇତି ମଧ୍ୟରେ ୧୧୩ ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ବୁଥର ବ୍ୟବସ୍ଥା କରାଯାଇ ଥିବା ସହ ୭ଟି ପିଙ୍କ ବୁଥ ମଧ୍ୟ କରାଯାଇଛି । ସେହିଭଳି ବିବାଦ ଭିତରେ କୋରାପୁଟର କୋଟିଆରେ ଚାଲିଛି ଭୋଟ୍ ଗ୍ରହଣ । ଭୋଟ୍ ଦେଉଛନ୍ତି କୋଟିଆବାସୀ । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ପିଙ୍କ ବୁଥ୍ ରେ ମଧ୍ୟ ଚାଲିଛି ମତଦାନ |