କୁହାଯାଏ ପ୍ରେମ ଜାତି, ଧର୍ମ କିମ୍ବା ରଙ୍ଗଭେଦ ଦେଖେ ନାହିଁ। ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ, ଯେଉଁମାନେ ସମାଜର ସମସ୍ତ ପ୍ରକାର ବାଧାବିଗ୍ନ ଭାଙ୍ଗି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି | ଆଜି ଆମେ ଏମିତି ଏକ ନିଆରା ପ୍ରେମ ସମ୍ପର୍କ ବିଷୟରେ କହିବୁ ଯାହାର ସମ୍ପର୍କ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି | ବାସ୍ତବରେ ଆମେରିକାର ଏହା ଏକ ନିଆରା ଯୋଡି | ଏହି ଯୋଡିରେ ସ୍ୱାମୀଙ୍କ ଉଚ୍ଚତା ୬ ଫୁଟ ୭ ଇଞ୍ଚ ହୋଇଥିବାବେଳେ ତାଙ୍କ ଜୀବନସାଥୀଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧୦ ଇଞ୍ଚ | ଫେସବୁକ୍ ମାଧ୍ୟମରେ ସେମାନଙ୍କ ପରିଚୟ ହୋଇଥିଲା | ଡେଟିଂର ମାତ୍ର ଏକ ମାସ ପରେ, ସେମାନେ ଏକାଠି ରହିବାକୁ ସ୍ଥିର କଲେ | ବର୍ତ୍ତମାନ ବର୍ଷେ ହେବ ବିବାହ କରି ଏକାଠି ରହୁଛନ୍ତି ଏହି ଚର୍ଚ୍ଚିତ ଯୋଡି |
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାରେ ରହୁଥିବା ୩୨ ବର୍ଷୀୟ ସାସେ କେସି ତାଙ୍କ ୧୯ ବର୍ଷୀୟ ସ୍ୱାମୀ ବ୍ଲେକଙ୍କ ସହିତ ରୁହନ୍ତି | କମ ଉଚ୍ଚତା ହେତୁ ସାସିଙ୍କୁ ଅନେକ ଥର ସମାଲୋଚନାର ସମ୍ମୁଖୀନ ହେବାକୁ ପଡେ | କେସି କହିଛନ୍ତି ଯେ ସେ ପିଲାଦିନେ କାର୍ଟିଲେଜ୍-ହେୟାର ହାଇପରପ୍ଲାସିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ଏକ ଏଭଳି ରୋଗ ଯାହା ହାଡ ଏବଂ ଉଚତା ବୃଦ୍ଧିକୁ ପ୍ରତିରୋଧ କରିଦେଇଥାଏ | କେସିଙ୍କ ପ୍ରେମିକା ତାଙ୍କୁ ସବୁବେଳେ ସମର୍ଥନ କରନ୍ତି | ବ୍ଲେକ୍ ସାସିଙ୍କୁ ମଧ୍ୟ ବହୁତ ପ୍ରଶଂସା କରନ୍ତି | ବ୍ଲେକ୍ କହିଛନ୍ତି ଯେ ‘ସାସି ବହୁତ ଦୟାଳୁ ସ୍ୱଭାବର ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ | ଏପରିକି ସେ ମୋତେ ସବୁବେଳେ ଖୁସିରେ ରଖିପାରୁଛନ୍ତି |’ ବ୍ଲେକ୍ କହିଛନ୍ତି ସାସିଙ୍କ ଉଚତା, ବୟସ, କିମ୍ବା ତାଙ୍କ ବୃତ୍ତିକୁ ନେଇ ମୋର କୌଣସି ଫରକ ପଡ଼େନି | ଲୋକମାନେ ସେମାନଙ୍କର ଯୋଡିକୁ ବୁଲି ବୁଲି ଦେଖନ୍ତି | ସେମାନଙ୍କୁ ଅନେକ ସମୟରେ ଲୋକଙ୍କ ସମାଲୋଚନାର ସାମ୍ନା କରିବାକୁ ମଧ୍ୟ ପଡିଥାଏ ବୋଲି ବ୍ଲେକ୍ କହିଛନ୍ତି | ସେମାନଙ୍କ ସମ୍ପର୍କ ବିଷୟରେ ସାସି କହିଛନ୍ତି ଯେ ସେ ମଧ୍ୟ ବ୍ଲେକଙ୍କୁ ବହୁତ ଭଲ ପାଆନ୍ତି | ବ୍ଲେକ୍ ତାଙ୍କର ବହୁ ଧ୍ୟାନ ନିଅନ୍ତି |