ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଛି ପ୍ରତ୍ୟେକ ପଞ୍ଚାୟତ | ମାଳ ମାଳ ପୋଷ୍ଟର ବ୍ୟାନର ଛାଇ ଯାଇଛି କାନ୍ଥବାଡ | ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ପଞ୍ଚାୟତରେ ଜୋର ଧରିଛି ନିର୍ବାଚନୀ ପ୍ରଚାର | ଅଣ ସଂରକ୍ଷିତ ଥିବା ଏହି ପଞ୍ଚାୟତରେ ମୋଟ୫ ଜଣ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଜ୍ଝ ତେବେ ଏହି ୫ ପ୍ରାର୍ଥୀଙ୍କ ଭିତରେ ଜୋରଦାର ଲଢେଇ ହେଉଥିବା ଦେଖିବାକୁ ମିଳୁଛି | ବାଇକ ରାଲି, ରୋଡ଼ ଶୋ ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରଚାର କରୁଛନ୍ତି |
ଏହି ଆସନରେ ଚଳିତ ଥର ଅଜୟ କୁମାର ନାୟକ ଖୋଲାବହି, ପରମାନନ୍ଦ ଦାସ ମାଛ, ରମେଶ ସ୍ୱାଇଁ ସୂର୍ଯ୍ୟ, ଶଶିକାନ୍ତ ସ୍ୱାଇଁ ଖୋଲାଛତା ଏବଂ ଶାନ୍ତନୁ ନାୟକ ହଳ ଲଙ୍ଗଳ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି | ସେହିଭଳି ସମିତି ସଭ୍ୟ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଶାସକ ବିଜେଡିର ସମର୍ଥିତ ପ୍ରାର୍ଥୀ ଭାବେ ଭୁବନ ବ୍ଲକ ବିଜେଡି ସଭାନେତ୍ରୀ ସନ୍ଧ୍ୟାରାଣୀ ନାୟକ ସ୍ଟୁଲ ଚିହ୍ନରେ ଲଢ଼ୁଥିବା ବେଳେ କଳ୍ପନା ସ୍ୱାଇଁ କେଟିଲ ଚିହ୍ନରେ ନିର୍ବାଚନ ଲଢୁଛନ୍ତି | ଶଶିକାନ୍ତ ସ୍ୱାଇଁ ଓ ସନ୍ଧ୍ୟାରାଣୀ ନାୟକ ଶାସକ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଘରକୁ ଘର ବୁଲି ନବୀନ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିର୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି |