ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ ।ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷରୁ ଅଧିକ ଭୋଟର । ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ଯାଏଁ ଚାଲିବ ।
ରାଜ୍ୟରେ ମୋଟ ୧୩ ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ ଚିହ୍ନଟ ହୋଇଛି । ୩ ହଜାର ୩୫୭ଟି ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ମାଓ ପ୍ରବଣ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ବେଳେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ର ବିଭିନ୍ନ ବୁଥ୍ ରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ। ସୁରୁଖୁରୁରେ ଚାଲିଛି ଭୋଟ୍ ଦାନ । ସକାଳୁ ସକାଳୁ ନିଜର ମତାମତ ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରରେ ଧାଡ଼ିରେ ଆସି ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ମଧ୍ୟ ସେମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଭୋଟର ମାନେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ସାଙ୍ଗରେ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ଧରି ଆସୁଥିବା ଦେଖିବାକୁ ମିଳିଛି। ନିଜର ମତଦାନ ସାବ୍ୟସ୍ତ କରିବା ପରେ ଭୋଟର ମାନେ ବେଶ୍ ଖୁସି ଖୁସିଥିବା ଜଣାପଡିଛି।।