କଟକ: ନେତାଜୀ ବସ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଖାନନଗରରେ ବସ ଟର୍ମିନାଲକୁ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ ହୋଇଛି। ଏହା ରାଜ୍ୟ ସରକାରଙ୍କ ପଲିସ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଅନ୍ତରୀଣ ସ୍ଥିତାଵସ୍ଥାକୁ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି । ଗତ ୨ ତାରିଖରେ ହାଇକୋର୍ଟ ସ୍ଥିତାଵସ୍ଥା ଜାରି କରିଥିଲେ । ଟର୍ମିନାଲକୁ ନେଇ ତିନୋଟି ମାମଲା ଦାୟର ହୋଇଥିଲା । ତିନୋଟି ମାମଲାର ଏକତ୍ର ଶୁଣାଣି ହୋଇଛି। ପ୍ରଥମ ମାମଲାଟି ଶ୍ମସାନ କାଳୀ ମନ୍ଦିର ଜମିକୁ ନେଇ ଦାୟର ହୋଇଥିଲା। ଅନ୍ୟ ଦୁଇ ମାମଲା ବସ ଟର୍ମିନାଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଶାଣୀ ମେ ୧୭ କୁ ଧାର୍ଯ୍ୟ କରାଯାଇଛି।