ଗରିବ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି | ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଖଞ୍ଜି ଦେଇଛନ୍ତି ଯୋଜନା | ପ୍ରତ୍ୟେକ ଗରିବ ପରିବାରକୁ ଘର, ମାଗଣା ବିଜୁଳି ସଂଯୋଗ, ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯୋଜନା କରାଯାଇଛି। ହେଲେ ଆଜି ବି ଏମିତି ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସ୍ବପ୍ନ | ଆଜି ପର୍ଯ୍ୟନ୍ତ ଘରକୁ ହୋଇନାହିଁ ବିଜୁଳି ସଂଯୋଗ । ଘର ତ କହିଲେ ଭୁଲ ହେବ, ପଲିଥିନ ଟାଣି ରୋଗୀଣା ଝିଅକୁ ଧରି ରହୁଛନ୍ତି ଦମ୍ପତି । ଅନ୍ଧାରରେ ବିତାଉଛନ୍ତି ରାତି | ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |