ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ବଲାଙ୍ଗୀରର ସିନ୍ଧେକେଲା ଜେଏମଏଫସି କୋର୍ଟରେ ପୋଲିସ ଦାଖଲ କରିଛି ଚାର୍ଜସିଟ୍ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କ ନାଁରେ ଦାଖଲ ହୋଇଛି ଚାର୍ଜସିଟ। ପୋଲିସ ପକ୍ଷରୁ ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ଅଧ୍ୟାପିକା ମମିତା ମେହେରଙ୍କୁ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା । ଏହି ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ତାର ସହଯୋଗୀ ରାଧେ ମଧ୍ୟ ସଂଶ୍ଲିଷ୍ଟ ରହିଥିଲା । ମାମଲାରେ ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ। ହତ୍ୟା ମାମଲାକୁ ୧୨୦ ଦିନ ପୁରିଥିଲେ ବି ପୋଲିସ ଚାର୍ଜସିଟ ଦାଖଲ କରିନଥିବାରୁ ବିରୋଧିଙ୍କ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଥିଲା ।