ଆସ ଶୁଣିବା ଗାନ୍ଧୀଙ୍କ କଥା | “ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ” ବିଷୟରେ ଛୋଟ ଛୋଟ ପିଲାମାନଙ୍କୁ ଦିଆଯାଇଛି ଶିକ୍ଷା | ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ଆଗମନ ଶତବାର୍ଷିକ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଵାଲେସର ଗ୍ରାମଠାରେ ବୁଧବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଓଡିଶା ଗାନ୍ଧୀ ବିଚାର ପରିଷଦ ଓ ସଂଯୋଗ ଅନୁଷ୍ଠାନ ସହଯୋଗ ରେ ସ୍ଥାନୀୟ ଶିଶୁମାନଙ୍କ ଗହଣରେ ପାଳନ କରାଯାଇଛି ଏହି ଦିବସ | ଉକ୍ତ କାର୍ଯ୍ୟକ୍ରମରେ ରମାଦେବୀ ଗ୍ରାମ୍ୟ ବିକାଶ ସଂଗଠନ ଶିଶୁ ଗୃହର ଗୁରୁମା, କର୍ମକର୍ତା ତଥା ଶିଶୁମାନେ ଅଂଶ ଗ୍ରହଣ କରିଥିଲେ l ଅତିଥି ଭାବେ ଗାନ୍ଧୀ ଭୂତତ୍ୱବୀତ ଭକ୍ତ ବତ୍ସଳ ମହାନ୍ତି ଯୋଗ ଦେଇଥିଲେ | ସେ ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଉଦେଶ୍ୟ, ସ୍ୱାବଲମ୍ବନଶୀଳ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପ୍ରଦାନ କରି ସ୍ୱାବଲମ୍ବୀ କରାଇବା ବୋଲି ନିଜ ବକ୍ତବ୍ୟରେ କହିଥିଲେ l