ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ | ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ୧୭ ଦିନ ପରେ ଏଡିଏମ ବିଶ୍ୱଜିତ ମହାପାତ୍ର ନେଇଥା’ନ୍ତେ ଚାକିରିରୁ ଅବସର | କିନ୍ତୁ ଭିଜିଲାନ୍ସ ଜାଲରେ ପଡିଗଲେ | ଆଜି ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ ।
ପୈତୃକ ଘର ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍ ହେଉଥିବାବେଳେ ଭୁବନେଶ୍ୱରର ବାଲିଅନ୍ତା, ନୟାପଲ୍ଲୀ ଓ ସୁନ୍ଦରଗଡ଼ରେ ଥିବା ଅଫିସ୍ ଓ ସରକାରୀ ବାସଭବନରେ ଜାରି ରହିଛି ଚଢ଼ାଉ । ସେହିପରି ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ସମ୍ପର୍କୀୟଙ୍କ ଘର ରାଜଗାଙ୍ଗପୁରର ଓସିଏଲ୍ କ୍ୟାମ୍ପସରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ଦୁଇ ଜଣ ଇନ୍ସପେକ୍ଟର ଓ ୫ଜଣ ଏଏସ୍ଆଇଙ୍କ ସେମତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ଏମ୍ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।