ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଉପସ୍ଥାପିତ ଧନ୍ୟବାଦ ପ୍ରସ୍ତାବରେ ଜବାବ ରଖିଥିଲେ। ନିଜର ସମ୍ୱୋଧନର ପ୍ରାରମ୍ଭରେ ସେ ଦିବଙ୍ଗତ ଗାୟିକା ଲତା ମଞ୍ଜେସକରଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କହିଥିଲେ ଲତା ଦିଦି ସାଂସ୍କୃତିକ ଐତିହ୍ୟ ଓ ଏକତାକୁ ଦୃଢ଼ କରିଛନ୍ତି। ସେ ୩୬ ଟି ଭାଷାରେ ଗୀତ ଗାଇଛନ୍ତି । ଏହା ଭାରତର ଏକତା ଓ ଅଖଣ୍ଡତା ପାଇଁ ଏକ ପ୍ରେରକ ଉଦାହରଣ ।
ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ୱୋଧନରେ ବିପକ୍ଷ ଦଳ ଉପରେ କରୋନା , ଗରିବୀ ଓ ମହଙ୍ଗା ଆଦି ମାମଲାକୁ ନେଇ ଟାର୍ଗେଟ୍ କରିଥିଲେ । ସେ ମହାରାଷ୍ଟ୍ର ଓ ଦିଲ୍ଲୀ ସରକାରଙ୍କ ଉପରେ କରୋନା ବେଳେ ଭୟାଭୟ ସ୍ଥିତି ହେବା ପରେ ବି ଅବହେଳାକୁ ନେଇ ଦୋଷାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି କରୋନା ଏକ ବୈଶିକ ମହାମାରୀ ଥିଲା , ହେଲେ ଏହାକୁ ମଧ୍ୟ ଦଳଗତ ରାଜନୀତି ପାଇଁ ବ୍ୟବହାର କରାଯାଉଛି । ଏହା କଣ ମାନବିକତା ପାଇଁ ଭଲ ଲକ୍ଷଣ କି ?
ପ୍ରଧାନମନ୍ତ୍ରୀ ମୋଦି ଗୃହରେ ବିପକ୍ଷ ଦଳଙ୍କ ଦ୍ୱାରା ଯୋଜନା ଗୁଡ଼ିକର ବିରୋଧ ଉପରେ ବର୍ଷି ଥିଲେ , କହିଥିଲେ ଆପଣ ମୋର ବିରୋଧ କରିପାରିବେ ହେଲେ ଆପଣ( କଂଗ୍ରେସ) ଫିଟ୍ ଇଣ୍ଡିଆ ଅଭିଯାନର କାହିଁକି ବିରୋଧ କରୁଛନ୍ତି । ଆପଣ ଯୋଜନା ଗୁଡ଼ିକର ବିରୋଧ କାହିଁକି କରୁଛନ୍ତି । ଆପଣଙ୍କର ବୟାନରେ ଏହି କଥାର ଅନୁମାନ କରାଯାଇ ପାରେ କି ଆପଣଙ୍କୁ ଅନେକ ରାଜ୍ୟରେ ବହୁତ ପୂର୍ବରୁ କ୍ଷମତାରୁ କାହିଁକି ବାହାର କରି ଦିଆଯାଇଛି । ଏମିତି ଲାଗିଛି କି ଆପଣ ଆଗାମୀ ୧୦୦ବର୍ଷ ଯାଏ କ୍ଷମତାକୁ ଆସିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ମୁଁ ବି ନିଜର ପ୍ରସ୍ତୁତି କରିନେଇଛି ବୋଲି କହିଛନ୍ତି ମୋଦି |