ପ୍ରେମ ସତ୍ୟ.. ପ୍ରେମ ଚିରନ୍ତନ.. ପ୍ରେମ ଶାଶ୍ବତ । ପ୍ରେମରେ ନଥାଏ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ପ୍ରେମ ଋତୁ । ସାରା ବିଶ୍ୱରେ ରୋଜ ଡେ ସେଲିବ୍ରେସନ ସହ ଆରମ୍ଭ ହୋଇଛି ପ୍ରେମ ଋତୁ। ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍ କିଛି ବର୍ଷ ହେବ ତାହା ଖୁବ୍ ପ୍ରଭାବ ଜମାଇଛି । ପ୍ରେମୀମାନେ ଧୁମ୍ଧାମର ସହ ପାଳନ କରିଥାନ୍ତି ଏହି ଦିନକୁ । ପ୍ରେମ ଦିବସ ସିନା ଗୋଟାଏ ଦିନ ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ । ରୋମ୍ର ସେଣ୍ଟ ଭାଲେନଣ୍ଟାଇନଙ୍କ ବଳିଦାନ ପାଇଁ ପ୍ରେମ ଦିବସ ପାଳନ କରାଯାଏ ।
କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ । ଆଉ ଆଜି ହେଉଛି ଗୋଲାପ ଦିବସ । ରୋଜ୍ ଡେ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାନ୍ତି ପ୍ରେମୀ ଯୁଗଳ । ଗୋଲାପ ସହ ଅନ୍ୟାନ୍ୟ ଉପହାର ଦେଇ ଆଜି ନିଜ ପାର୍ଟନରଙ୍କୁ ସ୍ପେସିଆଲ୍ ଅନୁଭବ କରାଯାଏ । ଏହି ଦିନ ଫୁଲ ଜରିଆରେ ନିଜ ସାଥିର ମନର ଭାବନା ଜଣାଇବାକୁ ସୁଯୋଗ ମିଳେ। ପ୍ରେମ ସପ୍ତାହର ପ୍ରଥମ ଦିନରେ ପ୍ରେମୀ ଯୁଗଳମାନେ ଗୋଲାପ ଦେଇ ସ୍ମରଣୀୟ ମୂହୁର୍ତ୍ତକୁ ସାଉଁଟିଥାନ୍ତି । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରତିଶୃତି ଦେଇଥାନ୍ତି ପ୍ରେମୀ ଯୁଗଳ । କାହାର ହୃଦୟ ଜିଣିବା ଲାଗି ଏହି ଲାଲ ଗେ।ଲାପ୍ ଫୁଲ ଟିଏ ନିହାତି ଦରକାର ହୁଏ । ଏହି ଭାଲେଣ୍ଟାଇନ ଦିବସ ଆଜିର ଯୁବପିଢି ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନ ଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି ।