ଦିଲ୍ଲୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେଏନୟୁ ପାଇଛି ପ୍ରଥମ ମହିଳା କୁଳପତି । ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତଙ୍କୁ ଜବାହର ଲାଲ ବିଶ୍ୱବିଦ୍ୟାଳୟର କୂଳପତି ଭାବେ ନିଯୁକ୍ତ କରାଯାଇଛି। ଶାନ୍ତିଶ୍ରୀ ପୁନେ ସ୍ଥିତ ସାବିତ୍ରୀବାଇ ଫୁଲେ ୟୁନିଭର୍ସିଟିର ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ଶାନ୍ତିଶ୍ରୀ ପ୍ରଫେସର ଜଗଦୀଶ କୁମାରଙ୍କ ସ୍ଥାନ ନେଇଛନ୍ତି। ସବୁଠାରୁ ମଜାଦାର ଘଟଣା ହେଲା ଶାନ୍ତିଶ୍ରୀ ଜେଏନୟୁର ଛାତ୍ରୀ ଥିଲେ | ସେ ପଢିବା ସମୟରେ ବିଶ୍ୱବିଦ୍ୟାଳୟର ଟପ୍ପର ଥିଲେ | କିନ୍ତୁ ଆଜି ସେ ସେହି ବିଶ୍ୱବିଦ୍ୟାଳୟର କୂଳପତି ହୋଇପାରିଛନ୍ତି | ଶାନ୍ତିଶ୍ରୀ ଇଣ୍ଟରନ୍ୟାସନାଲ ରିଲେସନ୍ସରେ 83.4% ସ୍କୋର ରଖି ଜେଏନୟୁରେ ଟପ୍ପର ହୋଇଥିଲେ |
ପ୍ରଫେସର ଶାନ୍ତିଶ୍ରୀଙ୍କର 34 ବର୍ଷ ଶିକ୍ଷାଦାନର ଅଭିଜ୍ଞତା ରହିଛି | ସେ 1985-87 ମସିହାରେ ତାମିଲନାଡୁ ଛାତ୍ର ସଙ୍ଗଠନର ସେକ୍ରେଟେରୀ ମଧ୍ୟ ଥିଲେ। ଶାନ୍ତିଶ୍ରୀ ଜଣେ ଗୋଲଡ ମେଡ଼ଲିଷ୍ଟ ଥିବା ବେଳେ 5ଟି ସ୍ୱର୍ଣ୍ଣ ପଦକ ଏବଂ 2 ବିଶ୍ୱବିଦ୍ୟାଳୟ ପୁରସ୍କାର ମଧ୍ୟ ଜିତିଛନ୍ତି |