ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହାଇଦ୍ରାବାଦରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର ଉଦଘାଟନ କରିଛନ୍ତି। ଏହି ପ୍ରତିମୂର୍ତ୍ତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି, ଯାହାକୁ ଖୁବ୍ କମ୍ ଲୋକଙ୍କୁ ଜଣା | ଜାଣଛନ୍ତି କି କେଉଁ ଦେଶ ଏହି ପ୍ରତିମୂର୍ତ୍ତିକୁ କରିଛି ନିର୍ମିତ ! ଏହି ପ୍ରତିମୂର୍ତ୍ତି ଟି ହେଲା ମେଡ଼ ଇନ ଚାଇନା | ଚାଇନାରେ ନିର୍ମିତ ହୋଇଛି ଏହି ପ୍ରତିମୂର୍ତ୍ତି | ତା’ପରେ ଏହା ଭାରତକୁ ଅଣାଯାଇଥିଲା | 135 କୋଟି ଟଙ୍କାର ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପାଇଁ ଚାଇନାର ଏକ କମ୍ପାନୀ ସହ ଚୁକ୍ତିନାମା କରାଯାଇଥିଲା। ଚାଇନାରେ କାଷ୍ଟିଂ କାମ କରାଯାଇଥିଲା, ପରେ ଏହି ପ୍ରତିମୂର୍ତ୍ତିକୁ 1,600 ଖଣ୍ଡରେ ହାଇଦ୍ରାବାଦକୁ ଅଣାଯାଇଥିଲା | ଏହି ବିଶାଳ ପ୍ରତିମୂର୍ତ୍ତିର ସ୍ଥାପନ ପ୍ରକ୍ରିୟା 2017-18 ମଝିରେ ଆରମ୍ଭ ହୋଇଥିଲା, ଯାହା ସମ୍ପୂର୍ଣ ହେବାକୁ 15 ମାସ ସମୟ ନେଇଥିଲା | ଏହି ପ୍ରତିମୂର୍ତ୍ତିକୁ ବସିବା ସ୍ଥିତିରେ ବିଶ୍ୱର ଦ୍ୱିତୀୟ ଉଚ୍ଚତ୍ତମ ମୂର୍ତି ବୋଲି କୁହାଯାଉଛି | ଏହାର ଉଚ୍ଚତା 216 ଫୁଟ | ଏହା ପଞ୍ଚଧାତୁର ମିଶ୍ରଣରେ ନିର୍ମିତ ହୋଇଛି | ତମ୍ବା, ରୂପା, ସୁନା, ଜିଙ୍କ୍ ଏବଂ ଟାଇଟାନିୟମ୍ – ସେଥିରୁ ତମ୍ବା 80 ପ୍ରତିଶତ ଧାରଣ କରିଛି | ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର ସମ୍ପୂର୍ଣ୍ଣ ପ୍ରକଳ୍ପ 45 ଏକର ଜମି ଉପରେ ବ୍ୟାପିଛି, ଯାହାର ମୋଟ ମୂଲ୍ୟ ପ୍ରାୟ 1 ହଜାର କୋଟି ଟଙ୍କା | ଏହି ଜମିକୁ ମାଇଁ ହୋମ ଗ୍ରୁପର ଜୁପାଲି ରମେଶ୍ୱର ରାଓ ଦାନରେ ଦେଇଛନ୍ତି |