ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟ କରୋନା ଟୀକାକରଣର ସମୟ ସୀମାକୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକାକରଣ । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭ୍ୟାକ୍ସିନେସନ । ପ୍ରଥମ ଦିନରେ ୬ଟି ଟିକାଦାନ କେନ୍ଦ୍ରରେ ଟିକା ନେଇଥିଲେ ୬୧୨ ଜଣ ସ୍ୱାସ୍ଥ୍ୟକର୍ମୀ । ଆଜିଠାରୁ ଆରମ୍ଭ ହୋଇଛି ୬ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟୀକାକରଣ । ୬୧୨ଜଣଙ୍କୁ ଦିଆଯିବ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକା । ଭୁବନେଶ୍ୱର ମହନଗରରେ ଦିଆଯାଉଛି କୋଭକ୍ସିନ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ୱର ଆଦି କେନ୍ଦ୍ରରେ ଦିଆଯାଉଛି ଟୀକା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।