ନୟାଗଡ: ୨୦୦୮ ମସିହା ନୟାଗଡ ମାଓ ଆକ୍ରମଣକୁ ଆଜି ପୁରିଛି ୧୩ବର୍ଷ । ସେଦିନ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ସେହି କାଳରାତିର ଘଟଣା ମନେପଡିଲେ ଆଜିବି ରାଜ୍ୟବାସିଙ୍କ ଛାତି ଥରି ଉଠେ । ସେ କାଳରାତିରେ ୨୦୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦି ନୟାଗଡ଼ର ୬ଟି ସ୍ଥାନରେ ତାଣ୍ଡବ ରଚିଥିବା ବେଳେ ଅକାଳରେ ମାଓବାଦୀ ଗୁଳିରେ ଟଳିଯାଇଥିଲା ୧୬ ଜଣଙ୍କ ଜୀବନ । ନୟାଗଡ଼ ରିଜର୍ଭ ପୋଲିସ ଅଫିସ, ଟାଉନ ଥାନା ଓ ନୟାଗଡ଼ ଅସ୍ତ୍ରାଗାର ସମେତ ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ସେଦିନ ଅତରକିତ ଭାବେ ଗୁଳିବର୍ଷା କରିଥିଲେ ୨୦୦ରୁ ଉର୍ଦ୍ଧ ସସସ୍ତ୍ର ମାଓବାଦୀ ।ମାଓନେତା ଆଜାଦ ଓ ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ୱରେ ନୟାଗଡ ଅସ୍ତ୍ରାଗାରରୁ ସମସ୍ଥ ଅସ୍ତ୍ର-ସସ୍ତ୍ର ଲୁଟି ନେବା ସହ ୧୫ଜଣ ପୋଲିସ ଓ ଜଣେ ସାଧାରଣ ଲୋକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ମାଓବାଦୀ କ୍ଷ ଏହି ଆକ୍ରମଣରେ ୫ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ ।