କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଘାରିଛି ଗିରଫ ଭୟ | ଗିରଫଦାରୀ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ସାଂସଦ ଜୁଏଲ ଓରାମ | ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗ ଘଟଣାରେ କେନ୍ଦ୍ରମନ୍ତ୍ରୀ ଟୁଡୁ ହାଇକୋର୍ଟଙ୍କ ଠାରୁ ଲୋଡିଛନ୍ତି ଜାମିନ | ମୟୂରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଦିଆଯାଇଥିଲା ଏତଲା ।
ପୋଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ । ଅନ୍ୟପକ୍ଷରେ ଦଳର ମହିଳା କର୍ମୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ ମାମଲାରେ ସାଂସଦ ଜୁଏଲ ଓରାମଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ | ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲଙ୍କ ନାଁରେ ଝରିପାଣି ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ୍ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଆବେଦନର ଶୁଣାଣି କରି ଜୁଏଲଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ।