ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ କରିବାରୁ ରାଗ ସୁଝାଇଲେ ଖଣି ମାଫିଆ | କେତେଜଣ ଖଣି ମାଫିଆ ଜଟଣୀ ତହସିଲଦାରଙ୍କୁ କରିଥିଲେ ଆକ୍ରମଣ | ତେବେ ତହସିଲଦାରଙ୍କୁ ଆକ୍ରମଣ କରିବା ଖଣି ମାଫିଆଙ୍କ ପାଇଁ ପଡିଲା ମହଙ୍ଗା | ଏହି ଘଟଣାରେ ପୋଲିସ ଦୁଇଜଣ ଖଣି ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ ସ୍ଥାନୀୟ ନୁଆଗାଁ ଅଞ୍ଚଳର ହୃଦାନନ୍ଦ ମହାପାତ୍ର ଓରଫ ପିଣ୍ଟୁ ଏବଂ ବେଣାପଞ୍ଜୁରୀ ଅଞ୍ଚଳର ସେକ୍ ଟିପୁ ସୁଲତାନ ଓରଫ ରାଜୁ l ପୂର୍ବରୁ ଟିପୁଙ୍କ ନାମରେ ଜଟଣୀ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି l ବେଆଇନ ଭାବେ ମାଙ୍କଡ଼ା ପଥର ଖଣି ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା | ଗତ ଶନିବାର ବିଳମ୍ବିତ ରାତ୍ରିରେ ତହସିଲଦାର ତପନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବେଣାପଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ରାଣୀପୁର ମୌଜା ଅଞ୍ଚଳରେ ବେଆଇନ୍ ମାଙ୍କଡ଼ା ପଥର ଖଣିରେ ଅଚାନକ ଚଢାଉ କରିଥିଲେ l ଘଟଣାସ୍ଥଳରୁ ମୋରମ୍ ବୁହାରେ ନିୟୋଜିତ ଦୁଇଟି ହାଇୱl ଏବଂ ଏକ ହାଇୱl ମେସିନ ଜବତ କରିଥିଲେ l ତେବେ ମାଫିଆମାନେ ଫୋନ ଯୋଗେ ଡକାଡକି ହୋଇ ଆସି ତହସିଲଦାରଙ୍କୁ ଆକ୍ରମଣ କରିଥିଲେ l ଏ ନେଇ ତହସିଲଦାର ଥାନାରେ ଅଭିଯୋଗ କଲା ପରେ ପୋଲିସ ଏ ନେଇ ଏକ ମାମଲା ନମ୍ବର ୫୧/୨୨ ରୁଜୁ କରି ଘଟଣାର ତଦନ୍ତ କରିଥିଲା | ଏହି ଘଟଣାରେ ଆଜି ଦୁଇଜଣ ଖଣି ମାଫିଆଙ୍କୁ ଗିରଫ କରାଯାଇଛି | ଖୁବ୍ ଶୀଘ୍ର ଅନ୍ୟ ଆକ୍ରମଣକାରୀଙ୍କୁ ଧରାଯିବ ବୋଲି କହିଛନ୍ତି ଥାନାଧିକାରୀ ଦୟାନିଧି ନାୟକ l