ଯୁଗେ ଯୁଗେ ଗୁରୁ ଶିଷ୍ୟର ପରମ୍ପରା ଚାଲୁଥିଲା ଆଉ ଚାଲିଆସିଛି ମଧ୍ୟ । ସମାଜରେ ଜଣେ ଶିକ୍ଷକଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ଓ ଶିକ୍ଷକ ସମାଜର ଅଙ୍ଗ ଏବଂ ଉଭୟ ପରିପୂରକ । ଜଗତସିଂହପୁର ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଓଡ଼ପଏଙ୍ଗା ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି | ବିଦ୍ୟାଳୟ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ନାଉଗାଁ ବ୍ଲକ୍ ଓସ୍ତା ସଭାପତି ଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଡ ଚାଇନା ପ୍ରଧାନ , ବିଶିଷ୍ଟ ଅତିଥି ଭାବରେ ସରକାରୀ ବହୁମୁଖି ପ୍ରତିଷ୍ଠାନ ଜାମୁଗାଁର ରସାୟନ ବିଭାଗର ଅଧ୍ୟାପକ ଡ ରାକେଶ ରଞ୍ଜନ ମହାଳିକ , ମୁଖ୍ୟ ବକ୍ତା ଭାବରେ ଜଗତସିଂହପୁର ଜିଲ୍ଲା ଓସ୍ତା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲା ଓସ୍ତା ସଭାପତି ନିରଞ୍ଜନ ମହାନ୍ତି , ଜଗତସିଂହପୁର ଜିଲ୍ଲା ଓଷ୍ଟାର ଯୁଗ୍ମ ସମ୍ପାଦକ ଅନିଲ କୁମାର ଜେନା ଓ କାଳିଦାସ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନତୀ ବେହେରା ଯୋଗଦେଇଥିଲେ ।
ବିଦ୍ୟାଳୟର ଶିକ୍ଷକ ହିମାଂଶୁ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିଥିମାନେ ପ୍ରଧାନଶିକ୍ଷକ ତ୍ରିଲୋଚନ ଦାସଙ୍କ ବହୁମୁଖି ପ୍ରତିଭା ବିଷୟରେ ଆଲୋକପାତ କରିବା ସହ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଓ ଶୁଭେଚ୍ଛୁମାନେ ବିଦାୟୀ ଶିକ୍ଷକଙ୍କ ସ୍ମୃତି ବିଷୟରେ ଉପସ୍ଥାପନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ପ୍ରସନ୍ନଜିତ୍ ସାହୁ ମାନପତ୍ର ପଠନ କରିବା ସହ ବିଦାୟୀ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦାସଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା କରାଯାଇ ବିଦାୟ ଦିଆ ଯାଇଥିଲା । ବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ଅବିଭାବକ ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବସନ୍ତ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।