<h2><em><strong>ବିଗ୍ ବସ୍ ସିଜିନ୍ ୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ । ବିଗ୍ ବସ୍ ୧୫ର ଘରେ ରହିବା ସମୟରେ ତେଜସ୍ୱୀ ତାଙ୍କର ଚୁଲବୁଲି ଅନ୍ଦାଜ ଏବଂ ଫ୍ୟାସନ ସେନ୍ସ ମାଧ୍ୟମରେ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ | ପ୍ରତୀକ ସହଜପାଲ ପ୍ରଥମ ରନର୍ ଅପ୍ ହୋଇଛନ୍ତି। ଟପ୍ ଥ୍ରୀରେ ଅଛନ୍ତି କରନ କୁନ୍ଦ୍ରା । ସମସ୍ତଙ୍କୁ ପଛରେ ପକାଇ ତେଜସ୍ୱୀ ବିଜୟ ମୁକୁଟ ପିନ୍ଧିଛନ୍ତି । ଟ୍ରଫି ସହ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ତେଜସ୍ୱୀଙ୍କୁ ମିଳିଛି । ଏଥିସହ ନାଗୀନ-୬ରେ କାମ କରିବାକୁ ତେଜସ୍ୱୀଙ୍କୁ ଅଫର୍ ମିଳିଛି । ଏକତା କପୁର ଏହି ସୋ ପ୍ରସ୍ତୁତ କରୁଛନ୍ତି | ଫାଇନାଲରେ ଟପ୍-୨ରେ ତେଜସ୍ୱୀ ଓ ପ୍ରତୀକଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଟ୍ରଫି ଜିତିବା ପରେ ତେଜସ୍ୱୀ ପରିବାର ସହ ଫଟୋ ସେୟାର କରିଛନ୍ତି । ବିଗ୍ ବସ୍ ପୂର୍ବରୁ ତେଜସ୍ୱୀ କଲର୍ସ ପ୍ରସାରିତ ସ୍ୱରାଗିଣୀ ସିରିଏଲରେ ଲିଡ୍ ରୋଲ୍ କରୁଥିଲେ ।</strong></em></h2> https://youtu.be/t-9Hwa6nF24