ଶିବାନନ୍ଦ ବାବାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଛି | ବାରାଣାସୀର କବୀରନଗର ଅଞ୍ଚଳରେ ରହୁଥିବା ବାବା ଶିବାନନ୍ଦଙ୍କ ବୟସ 126 ବର୍ଷ | କିନ୍ତୁ ବୟସର ଅପରାହ୍ନରେ ଏବେ ବି ସେ ସମ୍ପୂର୍ଣ୍ଣ ଫିଟ ଏବଂ ସୁସ୍ଥ ଅଛନ୍ତି। ଶିବାନନ୍ଦ ବାବା କହିଛନ୍ତି ତାଙ୍କ ଫିଟ ରହିବାର ରହସ୍ୟ | ସେ କୁହନ୍ତି ସେ ଫଳ ଏବଂ କ୍ଷୀର ଖାଆନ୍ତି ନାହିଁ ବରଂ କେବଳ ସିଝା ଖାଦ୍ୟ ଖାଆନ୍ତି | ସକାଳ ତିନିଟାରୁ ବିଛଣା ଛାଡି ଯୋଗ କରିବା ଆରମ୍ଭ କରିଦିଅନ୍ତି | ଏହା ପରେ ପୂଜା ପାଠ ସାରି ଦିନ ଆରମ୍ଭ କରିଥାନ୍ତି | ସେ ଜମା ତେଲ ମସଲା ଖାନ୍ତିନି, ବହୁତ କମ୍ ଲୁଣିଆ ଖାଦ୍ୟ ଖାଇଥାନ୍ତି | ତେଣୁ 126 ବର୍ଷ ବଞ୍ଚିଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି | ଆଧାର କାର୍ଡ ଏବଂ ପାସପୋର୍ଟରେ ତାଙ୍କର ଜନ୍ମ ତାରିଖ 8 ଅଗଷ୍ଟ 1896 ଉଲ୍ଲେଖ କରାଯାଇଛି | ଏହି କାରଣରୁ ସେ ହେଉଛନ୍ତି ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି | କିନ୍ତୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଜାପାନର ଚିତେଟସୁ ୱାଟନାବେଙ୍କ ନାମରେ ରେକର୍ଡ କରାଯାଇଛି। ମୋଦି ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଜୀବନ ସାଧାରଣ ଭାବରେ ବଞ୍ଚିବା ଉଚିତ୍। ଶୁଦ୍ଧ ଏବଂ ଶାକାହାରୀ ଖାଦ୍ୟ ଖାଇବା ହେତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରୋଗ ଅଛନ୍ତି | ବାବାଙ୍କ ବୈଦ୍ୟ ଡାକ୍ତର ଏସ.କେ ଅଗ୍ରୱାଲ କହିଛନ୍ତି ବାବା ସ୍ବାତ୍ତ୍ୱିକ ଖାଦ୍ୟ ଖାଇଥାନ୍ତି ଏବଂ ସଂପୂର୍ଣ୍ଣ ଅନୁଶାସନ ସହିତ ଜୀବନଯାପନ କରନ୍ତି। ତାଙ୍କ ଜୀବନରେ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବାବା ଖାଦ୍ୟରେ କେବଳ ପଥର ଲୁଣ ବ୍ୟବହାର କରଥାନ୍ତି |