ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସବୁଆଡେ ପାଳନ ହେଉଛି ୭୩ତମ ସାଧାରଣତନ୍ତ୍ର ଦିବସ | ଚାରିଆଡେ ତିରଙ୍ଗା ଫର ଫର ହୋଇ ଉଡି ଦେଶର ଗାଥା ଗୁଣଗାନ କରୁଛି | କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ୭୩ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପାରାଦ୍ୱୀପରେ ବିଭିନ୍ନ ସରକାରୀ ବେସରକାରୀ ଅଫିସରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ, କମିଟି, ଟ୍ରଷ୍ଟ, କ୍ଲବ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି | ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ପାରାଦ୍ୱୀପ ପତ୍ରକାର ପରିଷଦ, ଅଟଳବିହାରୀ ବାଜପେୟୀ ଟ୍ରଷ୍ଟ, ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ, ପାରାଦ୍ୱୀପ ଏରସମା ବିକାଶ ପରିଷଦ, ପାରାଦ୍ୱୀପ ପୋର୍ଟ ମଜଦୁର ସଙ୍ଘମାନଙ୍କରେ ଏହାକୁ ସମ୍ପୂର୍ଣ କରୋନା କଟକଣା ଓ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସ୍ୱଳ୍ପ ସଦସ୍ୟରେ ପାଳିତ ହୋଇଛି | କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଆଜି ପାଳିତ ହୋଇଛି । କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଜିଲ୍ଲା କୋଭିଡ ଯୋଦ୍ଧା ଭାବେ, ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍ ପି ମଡକର ସନ୍ଦିପ ସମ୍ପଦ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ ।
ସୁକିନ୍ଦାଗଡ଼ ନିକଟସ୍ଥ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆରବି) କଳିଙ୍ଗନଗର ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବାଟାଲିଅନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ପରେଡ ପଡିଆଠାରେ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l କୋଭିଡ କଟକଣା ଯୋଗୁଁ ପରେଡରେ 3ଟି ପ୍ଲାଟୁନ ଓ ଝଣ୍ଡା ବାହିନୀ ଅଂଶ ଗ୍ରହଣ କରିଥିଲେ l ଡେପୁଟି କମାଣ୍ଡାଣ୍ଟ କ୍ଷିତିଶ ଚନ୍ଦ୍ର ଖଟୁଆ ଏକନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିବେକାନନ୍ଦ ଦାସ ଦୁଇନମ୍ବର ପ୍ଲାଟୁନର ଡେପୁଟି ସୁବେଦାର ଉମାକାନ୍ତ ସେଠୀ , ତୃତୀୟନମ୍ବର ପ୍ଲାଟୁନର ହାବିଲଦାର ମେଜର ବିଦ୍ୟାଧର ଧଳ ଝଣ୍ଡା ବାହିନୀର ନେତୃତ୍ୱ ନେଇଥିଲେ l ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲଙ୍କ ନେତୃତ୍ୱରେ ବ୍ୟାଣ୍ଡ ବାହିନୀ ବ୍ୟାଣ୍ଡ ବାଦ୍ୟର ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ l ହିନ୍ଦୋଳ ବିଭିର୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏସଡିଜେଏମ କୋର୍ଟର ବିଚାରପତି ସ୍ନିଗ୍ଧା ପଣ୍ଡାଙ୍କ ଦ୍ୱାରା କୋର୍ଟ ପରିସରରେ ପତାକା ଉତୋଳନ କରାଯାଇଥିବା ବେଳେ ହିନ୍ଦୋଳ ଉପଖଣ୍ଡ ଖେଳ ପଡିଆରେ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇଥିଲା | ସେହିପରି ଉପକାରାଗାର ଅଧିକାରୀଣି ସରସ୍ବତୀ ବେହେରାଙ୍କ ଦ୍ୱାରା ହିନ୍ଦୋଳ ଉପକାରାଗାରରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଅମଲାପଡା ସରକାରୀ ବିଦ୍ୟାଳୟରେ ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା ! ହିନ୍ଦୋଳ ସାମ୍ବାଦିକ ସଂଘରେ ମଧ୍ୟ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା |