ମୋର ବାପା ସୁଭାଷ ଚନ୍ଦ୍ର ବୋଷ ଦେଶ ବିଭାଜନର ବିରୋଧୀ ଥିଲେ | ଯଦି ମୋର ବାପା ଥାନ୍ତେ ତେବେ ସେ କେବେ ବି ଦେଶର ବିଭାଜନକୁ ସ୍ୱୀକାର କରିନଥାନ୍ତେ | ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜର୍ମାନୀରେ ରହୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ | ମହାତ୍ମା ଗାନ୍ଧୀ ତାଙ୍କ ବାପାଙ୍କୁ ରାଜନୀତିରୁ ହଟାଇବାକୁ ଚାହୁଁଥିଲେ ବୋଲି ଅନୀତା ଏକ ସାକ୍ଷାତକାରରେ କହିଛନ୍ତି | ଭାରତ ସରକାର ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରେ ସ୍ଥାପନ କରିବାକୁ ନିଷ୍ପତି ନେଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ | ଦୀର୍ଘ ସମୟ ପରେ ସେଠାରେ ଏକ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ | କଂଗ୍ରେସ ନେତାଜୀ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ସରକାର ଅନୁଭବ କଲେ ଯେ ଅହିଂସା ହେତୁ ଭାରତ ସ୍ୱାଧୀନତା ପାଇଛି। ଏଭଳି ପରିସ୍ଥିତିରେ ଅବଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେମାନଙ୍କ ବଳିଦାନର କୌଣସି ମହତ୍ୱ ରହିଲା ନାହିଁ | ପରେ ଡକ୍ୟୁମେଣ୍ଟ ଆଧାରରେ ଏହା ଜଣାପଡିଥିଲା ଯେ ଭାରତ ସ୍ବାଧୀନତାରେ ଆଜାଦ ହିନ୍ଦ ଫୌଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ନେତାଜୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୋର ବାପା କଂଗ୍ରେସର ଅଧ୍ୟକ୍ଷ ଥିଲେ। ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାଷ୍ଟ୍ରପତିଙ୍କ ସହ ସମକକ୍ଷ ଥିଲେ । ଏହାଛଡା ନେତାଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ସବୁ ଦକ୍ଷତା ଥିଲା ।