ଏସଟିଏଫ ଚଢାଉ କରି ୩ କେଜିରୁ ଊର୍ଧ୍ଵ ବ୍ରାଉନ୍ସୁଗାର ଜବତ କରିଛି | ସୋମବାର ବିଳମ୍ବିତ ରାତିରେ ଏସଟିଏଫ ଟିମ ନୟାଗଡ ପିଡବ୍ଲୁଡି ଲେନ୍ର ଏକ ଭଡା ଘରେ ଚଢ଼ାଉ କରି ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍ବ୍ରା ଜବତ କରିଛି | ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି | ଏହି ଘଟଣାରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରି ପଳାଇଥିବା ଏସ୍ଟିଏଫ୍ ଏଡିଜି ସଞ୍ଜୀବ ପଣ୍ଡା ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଏହି ଗ୍ୟାଙ୍ଗରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଖୋଜି ବାହର କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ ରାଜ୍ୟରେ ନିଶା କାରବାରର ମୂଳୋତ୍ପାଟନ ପାଇଁ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଗତ ୨ବର୍ଷ ଭିତରେ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏ ଅବଧି ଭିତରେ ନିଶା କାରବାରରେ ସଂପୃକ୍ତ ୧୨୨ଜଣଙ୍କୁ ଗିରଫ କଲାଣି ଏସଟିଏଫ ।