ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ଅଗ୍ରଣୀ ଟ୍ରକ ମାଲିକ ସଙ୍ଘ “ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ” ର ସାଧାରଣ ନିବାର୍ଚନ ଅନୁଷ୍ଠିତ ହୋଇଯାଇଛି | ବହୁ ବାଦବିବାଦ ପରେ ସଙ୍ଘର ସାଧାରଣ ସଭା ବୈଠକ ଅନୁଯାୟୀ 23ତାରିଖ ଧାର୍ଯ୍ୟ କରାଯାଇ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଏହି ସାଧାରଣ ନିର୍ବାଚନ ଆୟୋଜିତ ହୋଇଥିଲା | . ଏକ ନିର୍ବାଚନ କମିଟି ଗଠନ କରି କିପରି ସ୍ୱଚ୍ଛ ଓ ନିରପେକ୍ଷ ନିବାର୍ଚନ ହେଇପାରିବ ତାହା କମିଟର ସଦସ୍ୟମାନେ ତଦାରଖ କରିଥିଲେ | ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ସାଧାରଣ ନିର୍ବାଚନରେ ନବ ନିର୍ବାଚିତ ସଭାପତି ଛଇଲ ଚନ୍ଦ୍ର ଜେନା, ଉପସଭାପତି ମାନସ ପାତ୍ର, କାଯ୍ୟକାରୀ ସଭାପତି ସୁଧୀର କୁମାର ଜେନା, ସମ୍ପାଦକ ବିଶ୍ୱରଂଜନ ପଳାଇ, ସହସମ୍ପାଦକ ବଳରାମ ଦାସ, କୋଷାଧକ୍ଷ ସୁନାକାର ମହାନ୍ତି ବିଜୟୀ ହୋଇଛନ୍ତି | ଆଗକୁ ଟ୍ରକ ମାଲିକମାନେ କିପରି ତାଙ୍କ ବ୍ୟବସାୟରେ ସୁଧାର ଆଣିପାରିବେ ଓ କରୋନା ପରେ ଟ୍ରକ ପରିବହନ ସମ୍ପୂର୍ଣ୍ଣ ଠପ ଥିବାବେଳେ ଆଗକୁ କିପରି ଏହାର ସମାଧାନର ବାଟ ବାହାର କରିହେବ ତାପ୍ରତି ଗୁରୁତ୍ବ ଦିଆଯିବ ବୋଲି ନବ ନିର୍ବାଚିତ ସମ୍ପାଦକ ବିଶ୍ୱରଂଜନ ପଳାଇ ସୂଚନା ଦେଇଥିଲେ | କିଛିଦିନ ହେବ ପାରାଦ୍ୱୀପରୁ ବିଭିନ୍ନ କାରଖାନାକୁ ପରିବହନ ହେଉଥିବା କୋଇଲା ଓ ଆଇଓସିଲ (iocl)ରୁ ବାହାରୁଥିବା ପେଟକୋକର ପରିବହନ ଠପ ଥିବାରୁ ଗାଡି ମାଲିକମାନଙ୍କ ଅବସ୍ଥା ଶୋଚନୀୟ ହେଇଥିବାବେଳେ ଋଣଚାପରେ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି | ନିକଟରେ ପାରାଦ୍ୱୀପ ଟ୍ରକ ମାଲିକ ସଙ୍ଘର ନିର୍ବାଚନ ଶେଷ ହୋଇଛି | ତେବେ ଦେଖିବାକୁ ବାକି ରହିଲା ଟ୍ରକ ମାଲିକମାନଙ୍କ ପରିସ୍ଥିତି ଆଗକୁ ସୁଧାର ଆସୁଛି କି ନାହିଁ | ପାଖାପାଖି ବର୍ଷେ ହେବ ପାରାଦ୍ୱୀପ ପୋର୍ଟକୁ ଲୁହାପଥର ଓ ଅନ୍ୟ ଖଣିଜ ପରିବହନ ଟ୍ରକ ଯୋଗେ ସମ୍ପୂର୍ଣ ବନ୍ଧ ଥିବାରୁ ଗାଡି ମାଲିକ ମାନଙ୍କ ଭାଗ୍ୟ କେବଳ କୋଇଲା ଓ ପଲିମର ପରିବହନ ଉପରେ ନିର୍ଭର କରୁଅଛି |