ଆମ ସମାଜରେ ଶାଶୁ ବୋହୂଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା | ଶାଶୂଘର ଲୋକଙ୍କ ନିର୍ଯାତନା ଯୋଗୁ ଅନେକ ବଧୂ ଯୌତୁକ ଜୁଇରେ ଜଳିଯାଉଥାନ୍ତି | କିନ୍ତୁ ଆଜି ଜଣେ ଶାଶୁ ଏକ ମାର କର୍ତ୍ତବ୍ୟ ପାଳନ କରିଛନ୍ତି | ସେ ଅତି ଆଡମ୍ବର ଭାବେ ତାଙ୍କ ବିଧବା ବୋହୂର ବିବାହ କରିଛନ୍ତି | ଯାହାକି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିକର ଜିଲ୍ଲାରେ | ସିକର ଜିଲ୍ଲାର ଫତେହପୁର ଶେଖୱାଟୀ ନିକଟରେ ଅବସ୍ଥିତ ଧଡନ ଗାଁର ଶିକ୍ଷୟିତ୍ରୀ କମଲା ଦେବୀ ତାଙ୍କ ପୁଅ ଶୁଭମଙ୍କ ବିଧବା ପତ୍ନୀ ସୁନୀତାଙ୍କର ଦ୍ୱିତୀୟ ବିବାହ କରି ସମାଜକୁ ଏକ ସକରାତ୍ମକ ପରିବର୍ତ୍ତନର ବାର୍ତ୍ତା ଦେଇଛନ୍ତି।
କମଲା ଦେବୀ କହିଛନ୍ତି ଯେ, ତାଙ୍କ ପୁଅ ଶୁଭମ ଡାକ୍ତରୀ ପାଠ (ଏମବିବିଏସ ) ପଢିବାକୁ ସେପ୍ଟେମ୍ବର 2016 ରେ ଋଷର କିର୍ଗିସ୍ଥାନ ଯାଇଥିଲେ। ନଭେମ୍ବର ମାସରେ ବ୍ରେନ ଷ୍ଟ୍ରୋକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡିଥିବା ବେଳେ ସେ ନିଜକୁ ଦୃଢ କରିବା ସହ ବୋହୂକୁ ମଧ୍ୟ ଧୈର୍ଯ୍ୟ ଦେଇଥିଲେ | ବୋହୂକୁ ନିଜ ଝିଅ ଭାବେ ସ୍ୱୀକାର କରି ଆଗକୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇ ଥିଲେ | ବିଏ ପାସ୍ କରିଥିବା ସୁନୀତାଙ୍କୁ ବିଏଡ଼ ପାଇଁ ନାମ ଲେଖାଇଥିଲେ | ଏଥିସହିତ ସରକାରୀ ଚାକିରୀ ପାଇଁ ବେଦନ କରିବାକୁ ବିଭିର୍ନ ପ୍ରତିଯୋଗିତା ପରୀକ୍ଷା ଡକାକୁ ଶାଶୁ କମଳା ପ୍ରେରଣା ଦେଇଥିଲେ |
କମଲା ଦେବୀଙ୍କ କହିବାନୁସାରେ, 5 ବର୍ଷର ପରିଶ୍ରମ ପରେ, ଗତ ବର୍ଷ 2021 ମସିହାରେ ପ୍ରଥମ ପ୍ରୟାସରେ, ତାଙ୍କ ବୋହୂ ଇତିହାସ ବିଭାଗର ଅଧ୍ୟାପକ ପଦ ପାଇଁ ମନୋନୀତ ହୋଇଥିଲେ | ବର୍ତ୍ତମାନ ତାଙ୍କ ବୋହୁ ଚୁରୁ ଜିଲ୍ଲାରେ ଏକ କଲେଜରେ ପିଲାଙ୍କୁ ପାଠ ପଢାଉଛନ୍ତି | ଶିକ୍ଷୟିତ୍ରୀ କମଳାଙ୍କର ଗୋଟିଏ ସ୍ୱପ୍ନ ପୂରଣ ହେବାପରେ ଅର୍ଥାତ ତାଙ୍କ ବୋହୁ ଆତ୍ମନିର୍ଭରଶୀଳ ହେବା ପରେ ସେ ତାଙ୍କର ବିବାହ କରି ଏକ ନୂଆ ଜୀବନ ଗଢିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ତାଙ୍କ ବିଧବା ବୋହୂକୁ ସିକର ଜିଲ୍ଲାର ଚନ୍ଦନପୁର ନିବାସୀ ମୁକେଶ ମାବଲିଆଙ୍କ ପୁଅ ହେତ୍ରାମ ମାବଲିଆଙ୍କ ସହ ବିବାହ କରାଇଛନ୍ତି |
ବିବାହ ସମାରୋହରେ କମଲା ବଙ୍ଗଦେବା ନିଜେ ତାଙ୍କ ବୋହୂର କନ୍ୟାଦାନ କରିଥିଲେ | ବିଧବା ବୋହୂକୁ ପୁନଃ ବିବାହ କରିବା ପରେ ବର୍ତ୍ତମାନ ଗ୍ରାମବାସୀଙ୍କ ସମେତ ସମଗ୍ର ଶେଖାୱାଟୀ ଅଞ୍ଚଳର ଲୋକମାନେ ବଙ୍ଗଦେବା ପରିବାରକୁ ପ୍ରଶଂସା କରୁଛନ୍ତି ।