ମହାକାଶ ଗବେଷଣା କ୍ଷେତ୍ରରେ ପାଦେ ପାଦେ ଆଗଉଛି ଚୀନ । ନକଲି ସୂର୍ଯ୍ୟ ନିର୍ମାଣ ପରେ ଏବେ ନକଲି ଚନ୍ଦ୍ର ତିଆରି କରିଛି ଡ୍ରାଗନ । ଏହା ବୈଜ୍ଞାନିକମାନଙ୍କୁ ଚନ୍ଦ୍ରର ସ୍ଥିତି ଓ ପରିବେଶ ସମ୍ପର୍କରେ ଅନୁକରଣ କରିବା ସହିତ ଆଗାମୀ ମିଶନ ପାଇଁ ସାହାଯ୍ୟ କରିବ । ଜିଆଙ୍ଗସୁ ପ୍ରଦେଶର ଜୁଝୌ ସହରରେ ଏହି କୃତ୍ରିମ ଚନ୍ଦ୍ର ନିର୍ମାଣ କରାଯାଇଛି । ସେଠାରେ ଚନ୍ଦ୍ରର ଆକର୍ଷଣ ଶକ୍ତି ଶୂନ୍ୟ ରହିଛି
ଏହି କୃତ୍ରିମ ଚନ୍ଦ୍ର ନିର୍ମାଣ ଫଳରେ ବିଦ୍ୟୁତ ଶକ୍ତି ସଞ୍ଚୟ ହେବା ସହିତ ଗବେଷଣା କ୍ଷେତ୍ରରେ ବହୁତ ତଥ୍ୟ ମିଳିବ । ମାଧ୍ୟାକର୍ଷଣ ସମ୍ପର୍କରେ ଏକ ପ୍ରୟୋଗ ଉଦ୍ଦେଶ୍ୟରେ ଏହି ନକଲି ଚନ୍ଦ୍ର ନିର୍ମାଣ କରାଯାଇଥିବା କହିଛି ଚୀନ । ଏହି ନକଲି ଚନ୍ଦ୍ରରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରାଯାଇଥିବା କହିଛନ୍ତି ବୈଜ୍ଞାନିକ । ଭବିଷ୍ୟତରେ ଚୁମ୍ବକୀୟ ଶକ୍ତିରେ ଚାଲିପାରୁଥିବା ଯାନ ନିର୍ମାଣ କରିବା ଉଦ୍ଦେଶ୍ୟରେ ଏହି ନକଲି ଚନ୍ଦ୍ର ନିର୍ମାଣ କରାଯାଇଛି ।
ଚନ୍ଦ୍ରରେ ବସତି ପ୍ରତିଷ୍ଠା ଲାଗି ନୂଆ ପ୍ରଯୁକ୍ତି କୌଶଳ ସନ୍ଧାନ କରିବା ଉଦ୍ଦେଶ୍ୟରେ ଚୀନ ଏହି ପ୍ରୟୋଗ ଆରମ୍ଭ କରିଛି । ଚନ୍ଦ୍ରପୃଷ୍ଠରେ ପୃଥିବୀ ପୃଷ୍ଠ ଅପେକ୍ଷା ୬ ଗୁଣ କମ ମାଧ୍ୟାକର୍ଷଣ ଶକ୍ତି ରହିଛି । ଫଳରେ ଚନ୍ଦ୍ରପୃଷ୍ଠରେ ଲୋକମାନେ ଚାଲିପାରନ୍ତି ନାହିଁ । ୨୦୩୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ତଥା ଦକ୍ଷିଣ ମେରୁ ଅଞ୍ଚଳରେ ମାନବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଚୀନ । ନିକଟରେ ଚୀନ କୃତ୍ରିମ ସୂର୍ଯ୍ୟର ସଫଳ ପରୀକ୍ଷା ସମାପ୍ତ କରିଛି ।