କରୋନାର ତୃତୀୟ ଲହର ବିପଦକୁ ଦୃଷ୍ଟିରେ ରଖି ସାରା ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କରାଯାଉଛି | ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ କରୋନା ଟୀକା ସହ ଜଡିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି | ଜଣେ ପକ୍ଷାଘାତ ରୋଗୀଙ୍କୁ କରୋନା ଟିକା ଦିଆଯାଇଥିଲା। ହେଲେ ଟୀକା ନେବା ପରଦିନ ସେ ବିଛଣାରୁ ଉଠି ଚାଲିବାକୁ ଲାଗିଲେ । 4 ବର୍ଷ ଧରି ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀ କିପରି ହଠାତ୍ ସୁସ୍ଥ ହୋଇଗଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଆମେ ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ମଧ୍ୟ କରୋନା ଟୀକା ନେଇ କେତେଜଣ ପକ୍ଷାଘାତ ରୋଗୀ ସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି |
ଝାଡଖଣ୍ଡର ବୋକରୋର ସାଲଗାଡିହ ଗାଁରେ ଏଭଳି ଚମତ୍କାର ଦେଖିବାକୁ ମିଳିଛି । ଏହି ଗାଁର 55 ବର୍ଷିୟ ଦୁଲାରଚାନ୍ଦ ମୁଣ୍ଡା ଗତ ଚାରି ବର୍ଷ ଧରି ପକ୍ଷାଘାତର ଶିକାର ହୋଇ ବିଛଣାରେ ପଡି ରହିଥିଲେ | କରୋନାର ପ୍ରଥମ ଡୋଜରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଖବର ଅନୁଯାୟୀ, ତାଙ୍କୁ କରୋନାଙ୍କ କୋଭିଶିଲ୍ଡ ଟୀକାର ପ୍ରଥମ ଡୋଜ ଦିଆଯାଇଥିଲା।
ଦୁଲାରଚାନ୍ଦ କହିଛନ୍ତି ଯେ ‘ଏହି ଟିକା ନେଇ ମୁଁ ବହୁତ ଖୁସି। ଜାନୁଆରୀ 4 ରେ ଟିକା ନେବା ପରେ ମୁଁ ଚାଲିବ ପାଇଁ ସକ୍ଷମ ହୋଇପାରିଛି | ତେବେ ସେ ଏକ ସଡକ ଦୁର୍ଘଟଣା କାରଣରୁ ସେ ନା ଚାଲିପାରିଥିଲେ ନ କଥା କହିପାରୁଥିଲେ | ବୋକାରୋ ଡାକ୍ତରମାନେ ଦୁଲାରଚାନ୍ଦଙ୍କ ଚିକିତ୍ସା ବିବରଣୀ ଦେଖିବା ପରେ ବୈଜ୍ଞାନିକମାନଙ୍କୁ ଏହା ଉପରେ ଗବେଷଣା କରିବାକୁ ପଡିବ ବୋଲି ମତ ଦେଇଛନ୍ତି |
ବୋକାରୋର ସିଭିଲ୍ ସର୍ଜନ ମଧ୍ୟ ଏହି ପ୍ରସଙ୍ଗରେ ଏକ ତିନିଜଣିଆ ଡାକ୍ତରୀ ଦଳ ଗଠନ କରିଛନ୍ତି | ସେମାନେ ଏହି ଘଟଣାର ଅନୁସନ୍ଧାନ କରିବେ । ସିଭିଲ୍ ସର୍ଜନ ଡ. ଜିତେନ୍ଦ୍ର କୁମାର କହିଛନ୍ତି ଯେ, ଟିକା ନେବା ପରେ ହଠାତ୍ 4 ବର୍ଷର ରୋଗ ଭଲ ହୋଇଗଲେ ଏହା ଅବିଶ୍ୱସନୀୟ |