କାହାର ମୁଣ୍ଡ ଫାଟିଲା ତ କାହାର ଗୋଡ ହାତ ଭାଙ୍ଗିଲା | କିଏ କୁଆଡେ ଜୀବନ୍ ନେଇ ପଳେଇଲେ | ନିଜ ଭିଟା ମାଟି ପାଇଁ ଲଢେଇ କରି ଲୋକେ ହେଲେ ଲହୁଲୁହାଣ | ଢିଙ୍କିଆରେ ଦମ ଦେଖାଇଲା ପୋଲିସ | ଆସିଲା ପିଟିଲା ଆଉ ଲହୁଲୁହାଣ ମଧ୍ଯ କଲା | ଦିର୍ଘ 17 ବର୍ଷ ହେବ ଭିଟାମାଟି ପାଇଁ ଚାଲିଥିବା ଢିଙ୍କିଆ ଲୋକଙ୍କ ଉପରେ ସବୁ ସୀମା ସରହଦ ପାର୍ କରିଗଲା ପୋଲିସ | ଆନ୍ଦୋଳନ କାରୀଙ୍କ ଉପରେ ହେଲା ପ୍ରବଳ ପ୍ରହାର | ଜୀବନ୍ ବଞ୍ଚାଇବା ପାଇଁ ଯିଏ ଯେଉଁଆଡ଼େ ପାଇଲା ଦୌଡ଼ି ପଳାଇ ଗଲା | ଆଜି ଏଭଳି ଚିତ୍ର ସାମ୍ନା କୁ ଆସିଛି ଆନ୍ଦୋଳନ ଗଡ଼ ଢିଙ୍କିଆରେ | ଜିନ୍ଦଲ ପ୍ରକଳ୍ପ ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ପାନବରଜ ଆଡକୁ ଯାଇଥିଲେ ଶହ ଶହ ଗ୍ରାମବାସୀ । ଗାଁମୁଣ୍ଡରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ପୋଲିସ ଗ୍ରାମବାସୀଙ୍କୁ ଅଟକାଇବାରୁ ଉତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତାପରେ ପୋଲିସ ଆରମ୍ଭ କରି ଦେଇଥିଲା ଲାଠିଚାର୍ଜ । ଅନେକ ଲୋକଙ୍କ ମୁଣ୍ଡ ଫାଟିଲା ଅଉ ଅନେକ୍ ଆହତ ମଧ୍ଯ ହେଲେ | ସବୁଠାରୁ ବଡ କଥା ହେଉଛି ଅନେକ୍ ମହିଳା ଓ ଛୋଟ ଛୋଟ ଛୁଆଙ୍କର ପତ୍ତା ମଧ୍ଯ ମିଲୁନି | କେତେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି ତାହାର ସ୍ପଷ୍ଟ ଚିତ୍ର ଅଦ୍ୟାବଧି ଆସିପାରିନଥିବା ବେଳେ ଢିଙ୍କିଆକୁ କବଜା କରିଛି ପୋଲିସ | ଆନ୍ଦୋଳନକାରୀ ମାନେ ଏବେ ବି ବାଲି ଆଉ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ବେଳେ ଆନ୍ଦୋଳନକାରୀଙ୍କର ମୁଖ୍ୟ କୁହଯାଉଥିବା ଦେବେନ୍ଦ୍ର ସ୍ୱାଇଁ ଗିରଫ ହୋଇଛନ୍ତି |